ସମ୍ବାଦ ସାହିତ୍ୟ ଘର ତରଫରୁ ପୂର୍ବତନ ରାଷ୍ଟ୍ରପତିଙ୍କ ଜୟନ୍ତୀ ପାଳନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ତରଫରୁ ବିରିପୁର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବ୍ଦୁଲ କଲାମ୍ ଙ୍କ ଜୟନ୍ତୀ ପାଳନ କରାଯିବା ସହ ଏକ ଶାରଦୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି | ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଡକ୍ଟର ରତ୍ନ ସାଗର ମଳିକ, ଶିକ୍ଷକ ରାମେଶ୍ଵର ଗୌଡ଼ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ଆରମ୍ଭରେ ସାହିତ୍ୟ ଘର ଉପଦେଷ୍ଟା ସ୍ଵର୍ଗତ ଅମୂଲ୍ୟ ଦାସ ଏବଂ କବି ସିମାଞ୍ଚଳ ଗୌଡ଼ଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା | ରାଜେନ୍ଦ୍ର ବିଷୋୟୀ ଏବଂ ଶିଶିର କୁମାର ସ୍ଵାଇଁଙ୍କ ସଂଯୋଜନାରେ କବି ତ୍ରୁପ୍ତୀମିତ୍ରା ରଥ, ମାଣିକ ବଳ, ଶିଶିର କାନ୍ତ ନାୟକ, ରାମେଶ୍ଵର ଗୌଡ଼, ପୁରୁଷୋତ୍ତମ ପରିଡ଼ା, ଦୈତାରୀ ମହାରଣା, ଶରତ ଚନ୍ଦ୍ର ରଥ, ଶିଶିର କୁମାର ସ୍ଵାଇଁ, ଚନ୍ଦ୍ର ମଣି ଲେଙ୍କା, ସୁକାନ୍ତ କୁମାର ନାୟକ, ଗୋପାଳ ଚନ୍ଦ୍ର ଲେଙ୍କା, ଗୋବିନ୍ଦ ଚନ୍ଦ୍ର ଲେଙ୍କା ଶରତ ଚନ୍ଦ୍ର ଦାସ, ଅଶୋକ କୁମାର ଗୌଡ଼, ସୋନାଲି ପ୍ରଧାନ,ଜଗତ୍ ମୋହନ ରଥ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ | ସମାଜସେବୀ ଅନ୍ତର୍ଯାମୀ ବେହେରା, ରତ୍ନାକର ପଣ୍ଡା, ଲାଲିନା ନାଇକ,ଜୀଗର ଗୌଡ଼, ଆକାଶ ମଲ୍ଲିକ, ରୁଦ୍ର ପ୍ରଧାନ, କାଳିଆ କାଞ୍ଜିଆ,ବଲୁ କାଞ୍ଜିଆ, ପ୍ରଯୁକ୍ତି ପ୍ରଜ୍ଞାନ ମଳିକ, ପ୍ରୀୟଶୀ ମଳିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | କାର୍ଯ୍ୟକ୍ରମରେ ସମସ୍ତ କବିଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ସହ ସୋନାଲି ପ୍ରଧାନଙ୍କୁ ଭାଗ୍ୟଶାଳୀ ବିଜେତା ଘୋଷଣା କରି ପୁରସ୍କୃତ କରାଯାଇଥିଲା | ରାଜେନ୍ଦ୍ର କୁମାର ବିଷୋୟୀ ସ୍ଵାଗତ ସଂଗୀତ ଗାନ କରିଥିବା ବେଳେ ତ୍ରୁପ୍ତି ଅନ୍ତିମ ସଙ୍ଗୀତ ଗାନ କରିଥିଲେ | ସହ ସମ୍ପାଦକ ଶିଶିର କୁମାର ସ୍ଵାଇଁ ଅତିଥି ସ୍ଵାଗତ କରିଥିବା ବେଳେ କୋଷାଧ୍ୟକ୍ଷ ବିଭୂପାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ