ଗଣେଶ ପୂଜା ମଣ୍ଡପ ଭାଙ୍ଗିଲା ପ୍ରଶାସନ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଗଢା ଯାଇଥିବା ଗଣେଶ ପୂଜା ମଣ୍ଡପ ଗୁଡ଼ିକୁ ଶୁକ୍ରବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି | ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅଦ୍ଵୈତ କୁମାର ସ୍ବାଇଁ ଏହା ଜଣାଇଛନ୍ତି । ତହସିଲ ପ୍ରଶାସନ ପକ୍ଷରୁ ଏନ୍ଫୋର୍ସ ମେଣ୍ଟ ସ୍କୁଆର୍ଡ଼ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ବହୁ ସଂଖ୍ୟକ ପୂଜା ମେଢ଼ ମଣ୍ଡପ ଭଙ୍ଗା ଯାଇଥିବା ଜଣାପଡିଛି । କୋଭିଡ – ୧୯ କଟକଣା କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ ଙ୍କ ନିର୍ଦ୍ଦେଶକ୍ରମେ ଏସବୁ ଗଣେଶ ମେଢ଼ ମଣ୍ଡପ ଗୁଡ଼ିକୁ ଭଙ୍ଗା ଯିବା ସହ ଗ୍ରାମାଞ୍ଚଳ ମାନଙ୍କରେ କରୋନା ମହାମାରୀ ର ଭୟାବହତା ସମ୍ପର୍କରେ ସଚେତନ କରାଯାଇଥିବା ଜଣାପଡିଛି । ଏହି ପୂଜା ମଣ୍ଡପ ଚଢାଉ ରେ ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ ରାଜସ୍ଵ ନୀରିକ୍ଷକ ଫକୀର ମୋହନ ରାଉତ,ସରସ୍ଵତୀ କଁଅର,ଭଗବାନ ପାତ୍ର, ଅକ୍ଷୟ ମଲ୍ଲିକ, ଏସ ପି ଏ କର୍ମଚାରୀ ଲିଙ୍ଗରାଜ ଦୋରା ପ୍ରମୁଖ ସାମିଲ ଥିଲେ।


