ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ବିଜେଡି ସଂପାଦକ ଓ ଆଞ୍ଚଳିକ ଉନ୍ନୟନ ଦାୟିତ୍ୱ

ପାରାଦ୍ୱୀପ,(ପୀତବାସ ପ୍ରଧାନ); ପାରାଦ୍ୱୀପ ଅଞ୍ଚଳର ଜଣାଶୁଣା ଶ୍ରମିକ ନେତା ତଥା ସମାଜସେବୀ ସନ୍ତୋଷ କୁମାର ପଟ୍ଟନାୟକ ବିଜୁ ଜନତା ଦଳର ସଂପାଦକ ଭାବେ ମନୋନୀତ ହୋଇଛନ୍ତି , ତତ୍ ସହିତ ବିଜେଡି ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ଆଞ୍ଚଳିକ ଉନ୍ନୟନ ଦାୟିତ୍ୱ ଦିଆଯାଇଛି । ପାରାଦ୍ୱୀପ ତୈଳବିଶୋଧନାଗାର ଠାରେ ପ୍ରଥମ ଶ୍ରମିକ ସଂଗଠନ ପୂର୍ବଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପ୍ରତିଷ୍ଠା କରି ଏହାର ନେତୃତ୍ୱ ନେବା ସହ ପାରାଦ୍ୱୀପ ପୋର୍ଟ ବଣିକ ସଂଘ, ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘ, ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ ଭଳି ବହୁ ସଂଗଠନ ନେତୃତ୍ୱ ନେଇ ସାଧାରଣରେ ପ୍ରିୟଭାଜନ ହୋଇପାରିଛନ୍ତି ଶ୍ରୀ ପଟ୍ଟନାୟୟକ । ଏହି ନୂତନ ଦାୟିତ୍ୱକୁ ସେ ନିଷ୍ଠାର ସହ ପାଳନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶ ଥାଉକି ଶ୍ରୀ ପଟ୍ଟନାୟକ ଜୀବନବିନ୍ଦୁ କାର୍ଯ୍ୟକ୍ରମର ସଫଳ ଆୟୋଜନ କରି ପାଞ୍ଚହଜାର ରୁ ଉର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗ୍ରହ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଥିଲେ । ଏହି ଅବସରରେ ଶୁକ୍ରବାର ଦିନ ଅପରାହ୍ନରେ ପାରାଦ୍ୱୀପ ପୋର୍ଟ ବଣିକ ସଂଘ ପକ୍ଷରୁ ବଡପଡିଆସ୍ଥିତ ବଣିକ ସଂଘ କାର୍ଯ୍ୟାଳୟ ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂଘର ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତାମାନେ ଶ୍ରୀ ସନ୍ତୋଷ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଅଭିନନ୍ଦନ ଓ ସୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ