ଗର୍ଭବତୀ ମହିଳା ଖଟିଆରେ ବୁହା ହେବା ଘଟଣା ଖବର ପ୍ରକାଶନ ପରେ ଗାଁରେ ପହଞ୍ଚିଲେ ବିଡିଓ ଓ ସିଡିପିଓ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ କୁମୁଟିପଙ୍କାଳ ଗାଁର ଉଆଳି ମଳିକଙ୍କ ସ୍ତ୍ରୀ ଲଳିତା ମଳିକ ପ୍ରାୟ ୮ ମାସର ଗର୍ଭବତୀ ଥିଲେ ।  ଲଳିତାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଲେ ଆମ୍ବୁଲାନ୍ସ ଆସି ଗଞ୍ଜାମ ଗଜପତି ସୀମାନ୍ତ ବଡପଦା ନିକଟରେ ଅଟକି ରହିଯାଇଥିଲା l ଆଗକୁ  ଭଲ ରାସ୍ତା ନଥିଲା । କୁମୁଟିପଙ୍କାଳ ଗାଁ ଲୋକଙ୍କ ସହାୟତାରେ  ଲଳିତାଙ୍କୁ ପ୍ରାୟ ୫ କିମି କାଦୁଅ ପଚ଼ପଚ଼ ରାସ୍ତାରେ ଖଟିଆରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ ।ପରେ ଲଳିତାଙ୍କୁ ଗଞ୍ଜାମ ଜିଲ୍ଲା ଡେଙ୍ଗାଉସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବାରମ୍ଵାର ଗ୍ରାମବାସୀ ଭଲ ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ସୁଫଳ ନ ମିଳିବାରୁ ଦୁଃଖ ପ୍ରକାଶ କରିଛନ୍ତି। ବୁଧବାର ଦିନ ଏହି ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହେବ। ପରେ ଶୁକ୍ରବାର ଦିନ ରା.ଉଦୟଗିରି ବିଡ଼ିଓ ଲରିମନ ଖର୍ସେଲ ଓ ସିଡିପିଓ ଲଳିତା ପୂଜାରୀ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗର ଏବଂ ପ୍ରସୂତି ଓ ଗର୍ଭବତୀ ମା’ଙ୍କୁ ଭାରରେ ନ ବୋହି ମା ଗୃହରେ ରଖିବା ଉଚିତ ବୋଲି କହିଥିଲେ। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ବିଡିଓ ଲୋକମାନଙ୍କୁ ସଚେତନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ