ଗାଙ୍ଗପୁରରେ ଆନ୍ତର୍ଜାତୀୟ କନ୍ୟା ଦିବସ ଏବଂ ପ୍ଳାଷ୍ଟିକ୍ ମୁକ୍ତ ଅଭିଯାନ
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ଆନ୍ତର୍ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି I ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ସେବା ଅଧିକାରିଣୀ ଗାୟତ୍ରୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟ କର୍ମୀ ବିନିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ଯୋଗ ଦେଇ ଘରେ କନ୍ୟା ସନ୍ତାନ ମାନଙ୍କୁ କୌଣସୀ ପ୍ରକାର ଅବହେଳା ନକରି ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ସହ ଶିକ୍ଷିତ କରାଇବାକୁ ଉପସ୍ଥିତ ମାଆ ମାନଙ୍କୁ ପରାମର୍ଶ ଦେଇଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି କର୍ମୀ ରଞ୍ଜିତା ବିଷୋୟୀ, ତ୍ରିପୁରା ମୋହିନୀ ବିଷୋୟୀ ପରିଚାଳନା କରିଥିଲେ I ସେହିପରି ଗଞ୍ଜାମ ଜିଲ୍ଲାପାଳଙ୍କ ମୋ ସ୍ୱାଭିମାନ ସ୍ଵଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ତଥା ବେଲଗୁଣ୍ଠା ବିଡ଼ିଓ ଶଶି ଭୂଷଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନାରେ ଗାଙ୍ଗପୁରରେ ଏକ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ନେତୃତ୍ୱରେ ପଂଚାୟତ ସମସ୍ତ ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କ ସମେତ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କାର୍ତ୍ତିକେୟ ସେଠୀ, ବୋରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭଜରାମ ସ୍ଵାଇଁ, ବିଞ୍ଝଗିରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବରାମ ବେହେରା,ଗୋପନଗର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁପ୍ରସାଦ ବେହେରା, କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ, ଗାଙ୍ଗପୁର ବିଦ୍ୟାଳୟର ଶିକ୍ଷକ ଶିବରାମ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଏକ ସଚେତନତା ରାଲି କରିଥିଲେ I ଏହି ଅବସରରେ ଗ୍ରାମର ଦୋଳବନ୍ଧ ହିଡରେ ଥିବା ବିଭିନ୍ନ ପ୍ଲାଷ୍ଟିକ୍ ଜାତୀୟ ଆବର୍ଜନାକୁ ଉପସ୍ଥିତ ଶିକ୍ଷକ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଏବଂ ଗ୍ରାମବାସୀ ସଫେଇ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଜିଆରଏସ୍ ପ୍ରଶାନ୍ତ କୁମାର ସାହୁ ପରିଚାଳନା କରିଥିଲେ I


