ଗାଡି ରଖିବାକୁ ନେଇ ମରଣାନ୍ତକ ଆକ୍ରମଣ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗାଡି ରଖିବାକୁ ନେଇ ଟାଉନ୍ ଥାନା ଅନ୍ତର୍ଗତ ଇମାମବାଡି ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ଯୁବକଙ୍କ ନାମ ସେକ ସୁଲତାନ । ଏ ନେଇ ସେକ ସୁଲତାନଙ୍କ ସ୍ତ୍ରୀ ରିହାନା ପରୱିନ ଟାଉନ୍ ଥାନାରେ ଏତଲା ଦେଇଛନ୍ତି । ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଶନିବାର ସକାଳେ ତାଙ୍କ ସ୍ୱାମୀ ତାଙ୍କ ନିଜ ଜାଗାରେ ବାଇକ ରଖିଥିଲେ । ହେଲେ ଏହାକୁ କେତେକ ଯୁବକ ବିରୋଧ କରିଥିଲେ । ଏହାକୁ ନେଇ ତାଙ୍କ ସ୍ୱାମୀ ଓ ସଂପୃକ୍ତ ଯୁବକମାନଙ୍କ ସହ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକମାନେ ତାଙ୍କ ସ୍ୱାମୀଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ମୁଣ୍ଡ ସମେତ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ