ଗାନ୍ଧିଜୀଙ୍କ ୧୫୦ତମ ପୂର୍ତ୍ତି ପାଳନ ରାଜ୍ୟ କମିଟି ଅଧ୍ୟକ୍ଷ ଅତନୁଙ୍କୁ ସ୍ୱାଗତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) ଗାନ୍ଧିଜୀଙ୍କ ୧୫୦ତମ ପୂର୍ତ୍ତି ଉତ୍ସବ ପାଳନ ନିମନ୍ତେ ରାଜ୍ୟ କମିଟିର ଅଧ୍ୟକ୍ଷ ଭାବରେ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁ ସାବ୍ୟସଚି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନ୍ୱିତ କରିଥିବାରୁ କେନ୍ଦ୍ରାପଡା ଜିଲ୍ଲାର ବୁଦ୍ଧିଜୀବି ଓ ଆଇନଜୀବିମାନଙ୍କ ପକ୍ଷରୁ ବିଧାୟକ ଶ୍ରୀ ନାୟକଙ୍କୁ ସ୍ୱାଗତ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନକୁଳ ଚରଣ ଦାସ, ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ସଭାପତି କରୁଣାକର ଦାସ, ଉପସଭାପତି ପ୍ରଦୀପ କୁମାର ଦାଶ, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ସଭାପତି ତଥା ସାହିତ୍ୟିକ ଡଃ.ବାସୁଦେବ ଦାସ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ସରକାରୀ ଆଇନଜୀବି ଗଗନ ବିହାରୀ ଜେନା, ଜିପି ଗୋବର୍ଦ୍ଧନ ରାଉତ, ନିରଞ୍ଜନ ବଳ, ମାନସରଞ୍ଜନ ଧଳ, ରମାକାନ୍ତ ସ୍ୱାଇଁ, ମନୋଜ ସାହୁ, ରମାକାନ୍ତ କାନୁନଗୋ, ବ୍ରଜସୁନ୍ଦର ରାଉତ, ଶେଷଦେବ ଦାସ, ସେକ ଅଜିମୁଦ୍ଦିନ, ଉଷା ଦାସ, ଇତିହାସ ଲେଙ୍କା, ତାରେଣୀ ପାଟ୍ଟଯୋଷୀ, ଆୟକର ଓକିଲ ସଙ୍ଘ ସଭାପତି ବିଚିତ୍ର କୁମାର ଶର୍ମା, କିଶୋର ପ୍ରଧାନ,ଧିରେନ୍ଦ୍ର କୁମାର ଦାସ, ପଟ୍ଟାମୁଣ୍ଡାଇ କଂଟାବଣସ୍ଥିତ ତ୍ରିଭୂବନ ସ୍ୱେଛାସେବୀ ଅନୁଷ୍ଠାନର ସମ୍ପାଦକ କୁମର ଚନ୍ଦ୍ର ବାଇ ପ୍ରମୁଖ ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।


