ଛତ୍ରପୁର ସବ୍ଜେଲରେ ଚକ୍ଷୁ ଚିକିତ୍ସା ଶିବିର

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ଇକସ୍ ଚକ୍ଷୁ ହସପିଟାଲ, ଛତ୍ରପୁର କ୍ଲଥୋଲିକ ଚର୍ଚ୍ଚ, ଫିଜନ ମିନିଷ୍ଟାରୀ ଅଫ ଇଣ୍ଡିଆ ସ୍ୱେଚ୍ଛାସେବୀ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ଆଜି ଛତ୍ରପୁର ସବ୍ଜେଲ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସବ-ଜେଲରେ ଥିବା ସମସ୍ତ ଅନ୍ତେବାସୀ ଓ ଜେଲ କର୍ମଚାରୀମାନଙ୍କ ଚକ୍ଷୁ ଚିକିତ୍ସା କରାଯିବା ସହ ସେମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତର ଏନବି.ରାଓ, ଆଚାର୍ଯ୍ୟ ନିରଞ୍ଜନ ସାହୁ, ଫାଦର ହେନେରେସିଂ, ଫାଦର ଅଜିତ ଲାକ୍ରା, ସିଷ୍ଟର ଶାନ୍ତି, ସିଷ୍ଟର ସିନି, ହରିଶ୍ଚନ୍ଦ୍ର ସାହୁ, ସୋବିତ ମଞ୍ଜୁର, ସିଓନ ଭୂୟାଁ, ଛତ୍ରପୁର ସବଜେଲର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ କୁମାର କବିଙ୍କ ସମେତ ବହୁ ଜେଲ କର୍ମଚାରୀମାନେ ଉପସ୍ଥିତ ଥିଲେ । ବର୍ତମାନ ସବଜେଲରେ ୧୪୭ ଜଣ ଅନ୍ତେବାସୀ ରହୁଥିବାବେଳେ ସେଥିରୁ ୫ ଜଣ ମହିଳା ଓ ୧୪୨ ଜଣ ପୁରୁଷ ଅନ୍ତେବାସୀ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ