ଗାୟକ ବ୍ୟାସଙ୍କୁ ଉଚ୍ଛସ୍ଵିତ ସମ୍ବର୍ଦ୍ଧନା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଶନିବାର କୋଣାର୍କ ସନ୍ନିକଟ ବାମରା ଗ୍ରାମର ଶ୍ରୀ ଶ୍ରୀ ସତ୍ୟନାରାୟଣ ମନ୍ଦିର ପରିସରରେ ଅର୍କମଣ୍ଡଳ ପାଲାଗାୟକ ପରିଷଦ ଆନୁକୁଲ୍ୟରେ ଆୟୋଜିତ ଉତ୍ସବର ପ୍ରଥମ ଅଧିବେଶନରେ ପରିଷଦର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷର ବାର୍ଷିକ ସମ୍ମିଳନୀ ଆସନ୍ତା ନଭେମ୍ବର ମାସ ୨୭ ତାରିଖ ରବିବାର ଦିନ ହେବ ପାଇଁ ସ୍ଥିର କରାଗଲା ।ଦ୍ଵିତୀୟ ଅଧିବେଶନରେ ରାଜ୍ୟ ପାଲା ଗାୟକ ପରିଷଦ ର ସାଧାରଣ ସଂପାଦକ ଗାୟକ ଆନନ୍ଦ ବସନ୍ତ କୁମାର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ରାଜ୍ୟ ପାଲା ଗାୟକ ପରିଷଦ ସାଂସ୍କୃତିକ ସମ୍ପାଦକ ଗାୟକ ବାଚସ୍ପତି ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟ , ଅର୍କ ମଣ୍ଡଳ ସଭାପତି ଗାୟକ ଲଳିତ ଉପେନ୍ଦ୍ର ନାଥ ବେହେରା , ଗାୟକ ଚନ୍ଦନ ଉପେନ୍ଦ୍ର ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ପାଲା ପାଇଁ ଉତ୍ସର୍ଗୀକୃତ ଜୀବନ ଏବଂ ପାଲା ଜଗତରେ ସତ୍ୟର ପରିପ୍ରକାଶ ଓ ନିଶା ନିବାରଣ ପାଇଁ ବିପ୍ଳବ ସୃଷ୍ଟି କରିଥିବା ଗାୟକ ବ୍ୟାସ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାଶଙ୍କୁ କୁମାର କବି ଫାଉଣ୍ଡେସନ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମିଳିଥିବା ” ଗାୟକ ଶିରୋମଣି ” ଉପାଧି ଅବସରରେ ଅର୍କ ମଣ୍ଡଳ ପାଲା ଗାୟକ ପରିଷଦ ଉଚ୍ଛସ୍ଵିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏଥି ସହିତ ଶାନ୍ତିବଟ ଗୁରୁକୁଳ ଶିକ୍ଷାଶ୍ରମ ର ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ,ପୁଷ୍ପମାଲ୍ୟ ,ଉପଢୌ କନ ଓ ମିଷ୍ଟାନ୍ନ ଦେଇ ସମ୍ବର୍ଦ୍ଧନା କରିଥିଲେ । ଉତ୍କଳ ମାଟି ପାଇଁ ଗର୍ବ ଗୌରବ ସାଜିଥିବା ଗାୟକ ବ୍ୟାସ , ଗାୟକ ଶିରୋମଣି ଙ୍କ ଗୁଣ ଗାନରେ ମୁଖରିତ ହୋଇ ଉଠିଥିଲା ପବିତ୍ର ଶାନ୍ତିବଟ ଗୁରୁକୁଳ ଆଶ୍ରମର ସତ୍ୟନାରାୟଣ ମନ୍ଦିର ପରିସରରେ ଅର୍କମଣ୍ଡଳ ପାଲାଗାୟକ ପରିଷଦ ର ସଂପାଦକ ମଂଗରାଜ ବିଶ୍ଵାଳ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗାୟକ ମାୟାଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଣ୍ଡଳର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ