ଗୀତାର ୧୦ଟି ସାର କଥା

ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ ଗୀତାରେ ସାର କଥା ସବୁ ଲୁଚି ରହିଛି । ଗୀତା ରହସ୍ୟକୁ ବୁଝିଥିବା ବ୍ୟକ୍ତି ଜୀବନର ଅନେକ ସମସ୍ୟାକୁ ଚୁଟ୍କିରେ ସମାଧାନ କରିଥାନ୍ତି । ତେବେ, ·ଲନ୍ତୁ ଆଜି ଗୀତାର ଏହି ୧୦ ଉପଦେଶକୁ ବୁଝିବା ।

: ଆନନ୍ଦ ନିଜ ଭିତରେ ଥାଏ । ଧନ, ପତ୍ନୀ କିମ୍ବା ଅନ୍ୟ କୌଣସି ବିଳାସପୂର୍ଣ୍ଣ ସାମଗ୍ରୀରେ ନଥାଏ ।

: ଭଗବାନଙ୍କ ବନ୍ଦନା ଶରୀରରେ ନୁହେଁ ମନରୁ ହେବା ଦରକାର ।
: ବାସନା ହିଁ ପୁନର୍ଜନ୍ମର କାରଣ ।
: ଇନ୍ଦ୍ରିୟର ଅଧୀନ ହେଲେ ମଣିଷ ଜୀବନରେ ବିକାର ଆସେ ।
: ସଂଯମ, ସଦା·ର, ସ୍ନେହ ଓ ସେବା ସତ୍ସଙ୍ଗ ବିନା ଆସେ ନାହିଁ ।
: ବସ୍ତ୍ର ବଦଳାଇବାର ଆବଶ୍ୟକତା ନାହିଁ, ହୃଦୟ ପରିବର୍ତ୍ତନ କରିବା ଉଚିତ୍ ।
: ଯୁବାବସ୍ଥାରେ କରିଥିବା ପାପ ପାଇଁ ବୃଦ୍ଧାବସ୍ଥାରେ ନିଦ ହଜିଯାଏ ।
: ଭୋଗରେ ଅସ୍ଥାୟୀ ସୁଖ ଓ ତ୍ୟାଗରେ ସ୍ଥାୟୀ ଆନନ୍ଦ ଥାଏ ।
: ସତ୍ସଙ୍ଗ ଈଶ୍ୱରଙ୍କ କୃପାରୁ ମିଳେ । ମାତ୍ର କୁସଙ୍ଗ କରିବା ବ୍ୟକ୍ତିର ନିଜସ୍ୱ ପସନ୍ଦ ।
: ମନ ଏବଂ ବୁଦ୍ଧି ଉପରେ ବିଶ୍ୱାସ କର ନାହିଁ । ଏହା ବାରମ୍ବାର ଧୋକା ଦେଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ