ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଓରାଳି ପଞ୍ଚାୟତର ଏକାଦଶୀ ଭୋଇଙ୍କର ୮୨ବର୍ଷ ବୟସରେ ଭୁବନେଶ୍ୱରରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ଶିଶୁବତ୍ସଳ, ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ଓରାଳି ଗ୍ରାମରେ ତାଙ୍କ ଉଦ୍ୟମରେ ଦୀର୍ଘବର୍ଷ ଧରି ରଥଯାତ୍ରା ଅନୁଷ୍ଠିତ ହୋଇ ରାଜ୍ୟବାସୀଙ୍କ ଦୃଷ୍ଟିଆକର୍ଷଣ କରିପାରିଥିଲା । ସେ କିଛିଦିନ ହେଲା ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଗତକାଲି ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି । ତାଙ୍କ ପରଲୋକରେ ସମଗ୍ର ଓରାଳି ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ବଡପୁଅ ଖଗେଶ୍ୱର ମୁଖାଗ୍ନି ଦେଇଥିବାବେଳେବନ୍ଧୁପରିଜନ ଓ କିଛି ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।


