ଗୃହରକ୍ଷୀ ସମ୍ବର୍ଦ୍ଧିତ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଡିସେମ୍ବର ୬ ତାରିଖକୁ ଗୃହରକ୍ଷୀ ଦିବସ ଭାବେ ପାଳନ କରାଯାଉଛି | ଏହି ପରିପ୍ରେକ୍ଷୀରେ ବୁଧବାର ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପ୍ରଦାନ ଲାଗି ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନାର ୩ ଜଣ ଗୃହରକ୍ଷୀଙ୍କୁ ବୁଧବାର ଦିନ ସେମାନଙ୍କର ଉତ୍ତମ ତଥା ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ମୁଖ୍ୟାଳୟ ବ୍ରହ୍ମପୁରରେ ଆୟୋଜିତ ଗୃହରକ୍ଷୀ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ପୋଲିସ ଅଧୀକ୍ଷକ ଜଗମୋହନ ମୀନା ଶେରଗଡ଼ ପୋଲିସ ଷ୍ଟେସନର ତିନିଜଣ ଗୃହରକ୍ଷୀ ଅକ୍ଷୟ କୁମାର ତ୍ରିପାଠୀ, ଗୌରାଙ୍ଗ ଚରଣ ଶତପଥୀ ଓ କିଶୋର ଚନ୍ଦ୍ର ଗୌଡ଼ଙ୍କୁ ସମ୍ବର୍ଦ୍ଧିତ କରିବା ସହ ପଦକ ଓ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି। ଏହି ତିନି ଗୃହରକ୍ଷୀ ଅନେକ ଥର ସଫଳତାର ସହ ଦୁର୍ଘଟଣାର ମୁକାବିଲା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ ସେବା ପ୍ରଦାନ କରୁଥିବା ଦେଖାଯାଇଛି | ଶେରଗଡ଼ ପୋଲିସ୍ ଷ୍ଟେସନ୍ ଅଧିକାରୀ-ଇନ୍-ଚାର୍ଜ ଶ୍ରୀ ବିରେନ୍ଦ୍ର କୁମାର ସୀୟଳ ତିନି ଜଣଙ୍କ କାର୍ଯ୍ୟଦକ୍ଷତା ଏବଂ ସେବା ମନୋଭାବ ପାଇଁ ଗୃହରକ୍ଷୀ ପଦକ ପାଇଁ ମନୋନୀତ କରିଥିଲେ। ବୁଧବାର ଦିନ ସେମାନଙ୍କୁ ଗୃହରକ୍ଷୀ ପଦକ ପ୍ରଦାନ କରାଯାଇଥିଲା, ଏହା ପରେ କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ l


