ଗୋଚର ଜମିରେ ଜୀବନବୀମା କାର୍ଯ୍ୟାଳୟ ଗୃହ ନିର୍ମାଣ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଜମଧର ଗ୍ରାମପଂଚାୟତର ପାଣ୍ଡିରୀ ମୈାଜାରେ ଥିବା ଗୋଚର ଜମି ଉପରେ କେନ୍ଦ୍ରାପଡା ଜୀବନବୀମା କାର୍ଯ୍ୟାଳୟ ଗୃହ ନିର୍ମାଣ ପ୍ରସ୍ତୁତିକୁ ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପାଣ୍ଡିରୀ ମୈାଜାରେ ଆବଶ୍ୟକତା ଠାରୁ ବହୁ କମ ପରିମାଣର ଚାରଣ ଭୂମି ଥିବା ବେଳେ ସେହି ମୈାଜାର ଖାତା ନମ୍ବର – ୧୦୫, ପ୍ଲଟ ନମ୍ବର ୨୭୨ ଏରିଆ ଏ ୦.୨୪ଡେସିମିଲ ଗୋଚର କିଷମ ଜମିକୁ ଜୀବନବୀମା କାର୍ଯ୍ୟାଳୟକୁ ଲିଜ ପ୍ରଦାନ କରାଯାଇଛି । ଏହି ବେଆଇନ ଲିଜକୁ ଖାରଜ କରିବା ପାଇଁ ଗ୍ରାମବାସୀମାନେ କୋର୍ଟର ଆଶ୍ରୟ ନେଇଥିଲେ । କୋର୍ଟଙ୍କ ଆଦେଶକ୍ରମେ ସେହି ମାମଲା ଜିଲ୍ଲାପାଳଙ୍କ କୋର୍ଟରେ ବିଚାରାଧିନ ଥିବା ସମୟରେ ସେହି ବିବାଦୀୟ ଜମି ଉପରେ ଏବେ ଜୀବନବୀମା କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ଜଗନ୍ନାଥ ମହାନ୍ତି, ଦୀପକ କୁମାର ମହାନ୍ତି, ଶଶୀଭୂଷଣ ମହାନ୍ତି ପ୍ରମୁଖ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ