ଗୋଟିଏ ଫିଲ୍ମ ପାଇଁ ଅକ୍ଷୟ ନେବେ ୧୦୦ କୋଟି !

ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଦେଇ ଅକ୍ଷୟ ଏବେ ବ୍ରାଣ୍ଡ ଭାଲ୍ୟୁରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ଫିଲ୍ମ “ମିଶନ ମଙ୍ଗଲ’ ଓ “ହାଉସଫୁଲ୍ ୪’ ଏବେ ବକ୍ସ ଅଫିସରେ ଧମାଲ୍ କରୁଥିବାବେଳେ ତାଙ୍କ ହାତକୁ ଆସିଛି ଆଉ ଏକ ବଡ଼ ଅଫର୍ । ସୂଚନା ଅନୁଯାୟୀ, ଅକ୍ଷୟ ଖୁବ୍‌ଶୀଘ୍ର ଫିଲ୍ମ ନିର୍ମାତା ବାଶୁ ଭଗନାନିଙ୍କ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଚର୍ଚ୍ଚା ହେଉଛି, ଭଗନାନି ଏଥିପାଇଁ ତାଙ୍କୁ ୧୦୦ କୋଟି ଟଙ୍କା ପାରିଶ୍ରମିକ ଦେବେ । ଯଦି କଥାଟା ସତ ହୋଇଥାଏ, ତା’ହେଲେ ଗାଟିଏ ଫିଲ୍ମ ପାଇଁ ୧୦୦ କୋଟି ନେବାରେ ଅକ୍ଷୟ ହେବେ ପ୍ରଥମ ବଲିଉଡ୍ ଅଭିନେତା । ତେବେ ଭଗନାନି କିମ୍ବା ଅକ୍ଷୟ ଏ ନେଇ କିଛି କହି ନାହାନ୍ତି ।
ଏହି ଫିଲ୍ମଟିକୁ ଭଗନାନି ଓ ନିର୍ଦ୍ଦେଶକ ନିଖିଲ୍ ଆଡଭାନୀ ମିଶିକି ତିଆରି କରିବେ । ଏବେ ଏହି ଫିଲ୍ମ ପାଇଁ ଅଭିନେତ୍ରୀ ଖୋଜା ଚାଲିଛି । ଷ୍ଟାରକାଷ୍ଟ ଫାଇନାଲ୍ ହୋଇଯିବା ପରେ ଫିଲ୍ମର ଶୁଟିଂ ଆରମ୍ଭ ହେବ । ଫିଲ୍ମର ଅଧିକାଂଶ ଭାଗର ଶୁଟିଂ ଲଣ୍ଡନରେ ହେବ ବୋଲି କୁହାଯାଉଛି । ଏକ ସମୟରେ ବଲିଉଡର ପ୍ରଡ୍ୟୁସର୍ ନମ୍ବର ୱାନ୍ ଥିବା ବାଶୁ ଭଗନାନି ନିଜ ଫିଲ୍ମରେ ବଡ଼ ବଡ଼ ତାରକା ନିଅନ୍ତି ତଥା ନୂଆ ନୂଆ ଲୋକେସନରେ ଶୁଟିଂ କରନ୍ତି । ଏ ଦୁଇଟି ଜିନିଷ ପାଇଁ ସେ ବେଶ୍ ପରିଚିତ । ସୂଚନା ଅନୁଯାୟୀ, ଅନେକ ଦିନ ହେବ ଅକ୍ଷୟ ଓ ଭଗନାନି ଏକାଠି କାମ କରିବାକୁ ଚାହୁଁଥିଲେ । ତିନିବର୍ଷ ପୂର୍ବେ ସେମାନେ ଏକାଠି ଫିଲ୍ମ “ଏୟାରଲିଫ୍ଟ’ରେ କାମ କରିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ