ଆସନ୍ତାବର୍ଷ ପୁଣି ଏକାଠି ଆସିବେ ସଞ୍ଜୟ ଓ ଅରସଦ୍‌

୨୦୦୩ରେ ରିଲିଜ୍ ହୋଇଥିବା ଫିଲ୍ମ “ମୁନ୍ନା ଭାଇ ଏମ୍‌ବିବିିଏସ୍‌’ରୁ ବେଶ୍ ଲୋକପ୍ରିୟ ହୋଇଥିଲେ ସଞ୍ଜୟ ଦତ୍ତ ଓ ଅରସଦ୍‌ ୱାର୍ସିଙ୍କ ଯୋଡ଼ି । ଏଥିରେ ସଞ୍ଜୟ “ମୁନ୍ନା ଭାଇ’ ଭୂମିକାରେ ଅଭିନୟ କରିଥିବା ବେଳେ ଅରସଦ୍‌ ‘ସର୍କିଟ୍‌’ ଭୂମିକାରେ ଅଭିନୟ କରିଥିଲେ । ଦୁହେଁ ଏଥିରେ ଚମକ୍ରାର ଅଭିନୟ କରିଥିଲେ । ଏହି କମାଲ ପୁଣି ଥରେ ଦେଖିବାକୁ ମିଳିଥିଲା ୨୦୦୬ରେ ରିଲିଜ୍ ହୋଇଥିବା “ଲଗେ ରହୋ ମୁନ୍ନା ଭାଇ’ ଫିଲ୍ମରେ । ଏଥିରେ ବି ଦୁହେଁ “ମୁନ୍ନା ଭାଇ’ ଓ “ସର୍କିଟ୍‌’ ଚରିତ୍ରରେ ଅଭିନୟ କରିଥିଲେ । ଏହା ପରେ ସେମାନେ “ଧମାଲ’, “ଧମାଲ ୨’ ସହିତ ଆଉ କିଛି ଫିଲ୍ମରେ ଏକାଠି ଅଭିନୟ କରିଥିଲେ । ତେବେ ଯଦି ସବୁ ଠିକ୍‌ଠାକ୍ ଚାଲେ, ତା’ହେଲେ ଆସନ୍ତାବର୍ଷ ପୁଣି ଏହି ଯୋଡ଼ିକୁ ଏକାଠି ପରଦାରେ ଦେଖିବାକୁ ମିଳିବ । ତେବେ ଏହା “ମୁନ୍ନା ଭାଇ’ ସିରିଜର ନୂଆ ଫିଲ୍ମ ନୁହେଁ । ଏହା ଏକ ଭିନ୍ନ ପ୍ରୋଜେକ୍ଟ । ଏକ ଇଂରାଜୀ ଖବର କାଗଜକୁ ଅରସଦ୍ ଦେଇଥିବା ସୂଚନା ଅନୁଯାୟୀ, ସଞ୍ଜୟ ଓ ସେ ଆସନ୍ତାବର୍ଷ ଏକାଠି ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ହେଉଛି ସାଜିଦ୍ ଓ ଫରହାଦଙ୍କ ଏକ ପ୍ରୋଜେକ୍ଟ । ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ପରଦାକୁ ଆସିବ । ଏ ଫିଲ୍ମ ସମ୍ପର୍କରେ ଆହୁରି ସୂଚନା ଦେଇ ଅର୍ଶଦ୍ କହିଛନ୍ତି ଯେ ଏଥିରେ ସଞ୍ଜୟ ଜଣେ ଅନ୍ଧ ଡନ୍ ଭୂମିକାରେ ଅଭିନୟ କରିବେ । ସେହିପରି ସେ ତାଙ୍କ ମାର୍ଗଦର୍ଶକ ଭୂମିକାରେ ଅଭିନୟ କରିବେ । ସୂଚନାଯୋଗ୍ୟ, ସଞ୍ଜୟ ଦତ୍ତ ଏବେ ତାଙ୍କ ଅପକମିଂ ଫିଲ୍ମ “ପାନିପତ୍‌’ରେ ପ୍ରୋମୋସନରେ ବ୍ୟସ୍ତ ଅଛନ୍ତି । ସେହିପରି ଅରସଦ୍ ତାଙ୍କ ଫିଲ୍ମ “ପାଗଲପନ୍ତି’ର ପ୍ରୋମୋସନରେ ବ୍ୟସ୍ତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ