ଗୋଟିଏ ରାତିରେ ସିରିଜ୍ ଚୋରି, ପାଟ୍ରୋଲିଂ ଅଭାବ

ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍ ) ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ କାଶିପୁର ଗ୍ରାମରୁ ଗତ ରାତିରେ ୫ଟି ପରିବାରରୁ ସିରିଜ୍ ଚୋରି ହୋଇଛି । ଡିଆ କୁମ୍ଭାର ପଡାର ବାସନ୍ତୀ ପ୍ରଧାନ ଓ ତାଙ୍କ ପୁଅ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି କଳା କନା ବୁଲେଇ ଫେରାର ହୋଇ ଯାଇଛନ୍ତି । ସ୍ୱାମୀ ମରିଯିବା ପରେ ପରିବାର ଚଳାଇବା ପାଇଁ ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ୩୫ ହଜାର ଟଙ୍କା କରଜ କରି ଆଣି ଘରେ ରଖିଥିଲେ । ସେ ଟଙ୍କା ଥିବା ବାସ୍କଟିକୁ ବାରିପଟକୁ ନେଇ ସେଥିରୁ ଟଙ୍କା ତକ ନେଇ ଲୁଗା ପଟା ଫୋପଡା ଫୋପଡି କରି ଚାଲିଯାଇଛନ୍ତି । ଭୋରୁ ଉଠି ଏହି ଘଟଣା ଦେଖିଥିଲେ । ସେହିପରି ଗୁଲିଆ ପ୍ରଧାନଙ୍କ କଂସା ବାସନ ନେଇଯାଇଛନ୍ତି । କାଶିପୁର ହରିଜନ ସାହିର ରମ୍ଭା ନାୟକ(୭୦)ଝିଅ ଦେଇଥିବା ୫ହଜାର ଟଙ୍କା ଦୁଇ ହଳ ସୁନା କାନ ଫୁଲ, କଂସା ଥାଳି ଗିନା ସମେତ କାଶିପୁର ମଝି ସାହିରୁ ହରିଣ ବେହେରା ଓ ଗଜେନ୍ଦ୍ର ପାଇକରାୟଙ୍କ ଘରେ ପଶି କଂସା ବାସନ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରେଇ ନେଇ ଫେରାର ହୋଇଯାଇଛନ୍ତି । ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରି ଫେରିଛନ୍ତି । ତେବେ ପୁଲିସ୍ ପାଟ୍ରୋଲିଂ ଅଭାବ ଯୋଗୁଁ ବାରମ୍ବାର ଚୋରି, ଡକାୟତି ବୃଦ୍ଧି ପାଉଛି ବୋଲି ଅଭିଯୋଗ ହେଉଛି । ଏ ନେଇ ନିରାକାରପୁର ଥାନା ଅଧିକାରୀଙ୍କୁ ପଚାରିବାରେ ଆମେ ଖବର ପାଇ ସ୍ପଟ ୍ଭିଜିଟ୍ କରି ଫେରିଛୁ । ତେବେ ଏନେଇ କୌଣସି ଅଭିଯୋଗ ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ