ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାତୃ ବିୟୋଗ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ତିରୁପତିପେଟା ସାହି ନିବାସୀ ସ୍ୱର୍ଗତ ନରହରି ସେଠୀଙ୍କ ସହ ଧର୍ମଣୀ ତଥା ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ ଙ୍କ ମାତା ସୁଶୀଳା ସେଠୀ(୭୨) ଆଜି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ ଜଣେ ଧର୍ମ ପରାୟଣ ଓ ମିଷ୍ଟଭାଷୀ ମହିଳା ଭାବେ ଅଂଚଳରେ ବେଶ ପ୍ରସିଦ୍ଧ ଥିଲେ । ତାଙ୍କର ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଦୁଇଟି ପୁଅ ଓ ପାଞ୍ଚଟି ଝିଅ । ଜ୍ୟେଷ୍ଠ ପୁଅ ଉମାଶଙ୍କର ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ସାନ ପୁଅ ଗିରିଜା ସେଠୀ ଆଇଆରଇ କଂପାନୀ ର ଏକ ଘରୋଇ କଂପାନୀରେ କାର୍ଯ୍ୟରତ ଅଛନ୍ତି । ତାଙ୍କର ମୃତ ଶର୍ଯ୍ୟା ନିକଟରେ ଦୁଇପୁଅ ଓ ବୋହୂ ଏବଂ ଝିଅ ଓ ଜ୍ୱାଇଁ ଓ ନାତି ନାତୁଣୀ ମାନଙ୍କ ସହ ବହୁ ବନ୍ଧୁବାନ୍ଧବ ଏବଂ ସହରବାସୀ ଉପସ୍ଥିତ ଥିଲେ । ଛତ୍ରପୁର ନିକଟସ୍ଥ ପାଲିଆ ଛତ୍ରପୁର ଶଶ୍ମାନରେ ତାଙ୍କ ଅନ୍ତିମ ଶତ୍କାର ଜ୍ୟୋଷ୍ଠ ପୁତ୍ର ମୁଖାଅଗ୍ନୀ ଦେଇଥିଲେ ।


