ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଗଂଜାମ ଗସ୍ତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଶ୍ରମ ନୁହେଁ ସୁରକ୍ଷା-୨୦୨୫ ସୁଦ୍ଧା ରାଜ୍ୟ ହେବ ଶିଶୁ ଶ୍ରମିକ ମୁକ୍ତ ଏପରି କିଛି ଯୋଜନା ଲାଗୁ କରିଛନ୍ତି ରାଜ୍ୟ ସରକାର । ଶିଶୁର ଶୈଶବ କିପରି ସୁରକ୍ଷିତ ରହିବ ସେଦିଗରେ ଏପରି କିଛି ପ୍ରୟାସ ଜାରି କରିଛନ୍ତି ଓଡ଼ିଶା ସରକାର । ସେହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଛତ୍ରପୁର ସର୍କିଟ୍ ହାଉସ୍ ପରିସରରେ ଆୟୋଜିତ ପ୍ରେସମିଟ୍ ରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି । ସାରା ବିଶ୍ୱରେ ଶିଶୁ ଶ୍ରମିକ ଏକ ଜଟିଳ ସମସ୍ୟା ଏହାକୁ ରୋକାଯାଇ ପାରୁନାହିଁ । ଆର୍ଥିକ ଅନଗ୍ରସର ପିତାମାତା ମାନେ ନିଜର ସନ୍ତାନ ମାନଙ୍କୁ ପାଠ ପଢାଇବା ବଦଳରେ ବଳପୂର୍ବକ କାମରେ ଲଗାଉଛନ୍ତି । ସାରା ବିଶ୍ୱରେ ଶିଶୁ ଶ୍ରମିକ ନିର୍ଯ୍ୟାତିତ ହେଉଛନ୍ତି । ଏହି ବେଆଇନ କାର୍ଯ୍ୟ ବିରୋଧରେ ଜନସଚେତନତା ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ସୁରକ୍ଷା ଆୟୋଗ ଏବଂ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଏଦିଗରେ ଜନପ୍ରତିନିଧି, ସରକାରୀ ଅଧିକାରୀ ଏବଂ ବେସରକାରୀ ସଂସ୍ଥା ଓ କର୍ମକର୍ତା ଓ ଅନ୍ୟାନ୍ୟ ଅଂଶଧାରୀମାନଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଏକ ସଚେତନା କାର୍ଯ୍ୟକ୍ରମର ଆୟୋଜିତ କରାଯାଇଥିଲା ବୋଲି ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ କହିଥିଲେ । ପରେ ଡ଼ିଆରଡ଼ିଏ ମିନି ସମ୍ମିଳନୀ କକ୍ଷ ଠାରେ ଜନପ୍ରତିନିଧି, ପୁଲିସ ବିଭାଗ ଓ ଜିଲ୍ଲାର ସମସ୍ତ ବିଭାଗର କିପରି ଶ୍ରମିକ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବ ସେଥି ପ୍ରତି ଗୁରୁତ୍ୱାରୋପ କରିଥିଲେ । ୨୦୨୫ ମସିହା ସୁଦ୍ଧା ଓଡିଶାକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନ କ୍ରମେ ଲୋକମାନଙ୍କୁ ସଚେତନ କରିବାକୁ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ୨୦୧୬ ମସିହାରେ ଶିଶୁ ଶ୍ରମିକ ନିରାକରଣ ଅଧୀନୀୟମ ଅନୁଯାୟୀ ବିଭିନ୍ନ କଟକଣା ବଳବତ୍ତର କରାଯାଇଛି । ଯେଉଁ ମାନେ ଶିଶୁ ଶ୍ରମିକ ନିୟୋଜନ କରିବେ । ସେମାନଙ୍କୁ ପୂର୍ବରୁ ୬ମାସ ଜେଲ ଦଣ୍ଡ ବ୍ୟବସ୍ଥା ଥିବା ସ୍ଥଳେ ଏବେ ଏହା ୨ବର୍ଷକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୨୦ହଜାର ଟଙ୍କା ଜରିମାନା ଥିବା ସ୍ଥଳେ ଏବେ ଏହା ୫୦ହଜାରକୁ ବୃଦ୍ଧି କରାଯାଇଛି । ଅଧିନୀୟମର ବିଭିନ୍ନ ଧାରା ଉପଧାରା ସମ୍ବନ୍ଧରେ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ ର ପ୍ରଫେସର ପ୍ରମୋଦ କିଶୋର ଆଚାର୍ଯ୍ୟ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ କିପରୀ ଭାବେ ଏହାର ତଦାରଖ କରିବେ ସେ ବାବଦରେ ଆଲୋଚନା ହୋଇଥିଲ।। ଶିଶୁ ଶ୍ରମିକ ଉଦ୍ଧାର ପରେ ସଂପୃକ୍ତ ନିୟୋଜନ କାରୀଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ବିଚାରାୟଳୟରେ ମକଦ୍ଦମା ଏବଂ ସମଗ୍ର ଶିକ୍ଷା ଅଭିଯାନ ଜରିଆରରେ ଶିଶୁ ମାନଙ୍କ ଶିକ୍ଷା ବାବଦରେ ବିସ୍ତୃତ ପର୍ଯ୍ୟାଲୋଚନା ହୋଇଥିଲ।। ପ୍ରତ୍ୟେକ ମାସରେ ଶିଶୁ ଶ୍ରମି ସଂପର୍କିତ ଜିଲ୍ଲା ଟାର୍ସ୍କ ଫୋର୍ସ ବୈଠକ ଧାରାବାହିକ ଭାବରେ ଆୟୋଜନ ହେବ । ଶିଶୁ ଶ୍ରମିକ ମାନଙ୍କ ପରିବାରର ଆର୍ଥିକ ଉନ୍ନତୀ ପାଇଁ ବିଭିନ୍ନ ସରକାରୀ ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଜିଲ୍ଲାରେ ଶିଶୁ ଶ୍ରମିକ ପନ୍ଥା ଦୂର କରିବା ସହ ସେମାନଙ୍କୁ ଥଇଥାନ ଏବଂ ୬ବର୍ଷରୁ ୧୪ ବର୍ଷ ପିଲାମାନଙ୍କୁ ପାଠ ପଢାଇବା ଓ ପରୀକ୍ଷା କ୍ରମରେ କିପରି ଛାତ୍ରଛାତ୍ରୀ ମାନେ ଚାପଗ୍ରସ୍ତ ବା ମାନସିକ ସ୍ଥିତିରେ କୌଣସି ଆତ୍ମହତ୍ୟା କରୁଛନ୍ତି ତାହା କିପରି ରୋକାଯାଇ ପାରିବ ସେଥି ପ୍ରତି ଗତ ଜାନୁଆରୀ ୨୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ମନ୍ କି ବାତ୍ ରେ ସମସ୍ତ ଶିକ୍ଷା ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା ସଚେତନା କରାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ଓ ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ସୁରକ୍ଷା ଆୟୋଗର ସଭ୍ୟ ହରିହର ନାୟକ ଓ ଡ. ଗିତାରାଣୀ ବସ୍ତିଆ, ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ସହକାରୀ ଶ୍ରମ କମିଶନର ଦିପ୍ତିରଞ୍ଜନ ମହାନ୍ତି, ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ, ବ୍ରହ୍ମପୁର ଜିଲ୍ଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗି, ସୁଦାମ ପାଣିଗ୍ରାହୀ, ସୁଶାନ୍ତ ସାହୁ, ଶରତ ମହାରଣା, ଶିବ ପ୍ରସାଦ ରଥଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଥିଲେ ।


