ଜି.ପି.ଏ.ଟି. ପରୀକ୍ଷା ସର୍ବଭାରତ ସ୍ତରରେ ସାଗରଙ୍କ ସଫଳତାସବୁ ମହଲରେ ଶୁଭେଚ୍ଛାର ସୁଅ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଗ୍ରାଜୁଏଟ୍ ଫାର୍ମାସୀ ଏପ୍ଟିଟୁଡ୍ ଟେଷ୍ଟ(ଜିପିଏଟି) ପରୀକ୍ଷାରେ ସର୍ବଭାରତ ସ୍ତରରେ ଛତ୍ରପୁର ସହରର ସାଗର କୁମାର ସୁବୁଦ୍ଧି ଦ୍ୱିତୀୟ ସ୍ଥାନ ରଖି ସଫଳତା ହାସଲ କରିଛନ୍ତି । ଛତ୍ରପୁର ସହର କୋର୍ଟ ଷ୍ଟେସନ ସାହିବାସିନ୍ଦା ତଥା ପିତା ସୁରେନ୍ଦ୍ର ନାଥ ସୁବୁଦ୍ଧି ଓ ମାତା ଅନ୍ନପୂର୍ଣ୍ଣ ସୁବୁଦ୍ଧିଙ୍କ ଔରସରୁ ଜନ୍ମ ନେଇଥିବା ସାଗର ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏମ୍ ଫର୍ମାସୀ ଅଧ୍ୟୟନ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଏଥିପାଇଁ ସାଗର ଆଜି ରାଜ୍ୟ ତଥା ଜିଲ୍ଲା ଏବଂ ଛତ୍ରପୁର ସହରର ଗର୍ବଗୌରବ ବଢାଇଛନ୍ତି । ଏମ୍ ଫାର୍ମାସୀ ପାଇଁ ଗତ ୨୮ ତାରିଖରେ ୫୦ ହଜାର ୭୦୦ ପିଲା ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ସାଗର ଭଲ ମାର୍କ ରଖି ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ରେଙ୍କ ରେ ରହିଛନ୍ତି । ଏନେଇ ସାଗରଙ୍କୁ ଗଂଜାମ ଏସ୍‌ପି ବ୍ରିଜେଶ କୁମାର ରାଏ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡିଂ ରୁମ୍ ପକ୍ଷରୁ ସାଗରଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରିଡିଂ ରୁମ୍ ଠାରେ ଏକ ସାକ୍ଷତକାରରେ ସାଗର କହିଛନ୍ତି ଯେ, ଏହି ସଫଳତା ହାସଲ କରିବା ନିମନ୍ତେ ବିଗତ ଦୁଇବର୍ଷ ହେଲା ଭୂବନେଶ୍ୱର ଠାରେ କୋଚିଂ ନେଉଥିଲି । ବର୍ତ୍ତମାନ ଏମ୍ ଫାର୍ମାସୀ ଅଧ୍ୟୟନ ପାଇଁ ସୁଯୋଗ ମିଳିଛି । ବିଭିନ୍ନ ଦୁରାରୋଗ୍ୟ ଉପରେ ଗବେଷଣା କରି ଔଷଧ ପ୍ରସ୍ତୁତ କରିବା ପାଇଁ ମୋର ଚେଷ୍ଟା ରହିବ ବୋଲି ସେ ତାଙ୍କରି ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଇନଜିବୀ ବି.ଶ୍ରୀନିବାସ, ଏ.ରାବଣା ରାଓ, ଇ.ରାଜ କୁମାର, ପ୍ରଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସାଗରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସାଗର ପୂର୍ବତନ ସାଂସଦ ପ୍ରତିନିଧୀ ବିଶ୍ୱନାଥ ସୁବୁଦ୍ଧିଙ୍କ ନାତି ଅଟନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ