ଗୋପାଳପୁର ଥାନାଧିକାରୀ ବବେକାନନ୍ଦ ମହନ୍ତଙ୍କୁ ଡ଼ିଜିପି ଡ଼ିକ୍ସ ପଦକ ପ୍ରଦାନ
ବ୍ରହ୍ମପୁର (ଅନିଲ କୁମାର): ଗୋପାଳପୁର ଥାନାଅଧିକାରୀ ବବେକାନନ୍ଦ ମହନ୍ତଙ୍କୁ ଡ଼ିଜିପି ଡ଼ିକ୍ସ ପଦକ ପ୍ରଦାନ କରାଯାଇଛି । ଭୂବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ଆୟୋଜିତ ଆରକ୍ଷୀ ମହା ନିର୍ଦ୍ଧେଶକଙ୍କ ପଦକ ପ୍ରଦାନ ଉତ୍ସବରେ ପୋଲିସ ମହାନର୍ଦେଶକ ଅଭୟଙ୍କ ସମେତ ଜିତେନ୍ଦ୍ରନାଥ କୋଏଲ, ଅମିତାବ ଠାକୁର ଓ ପ୍ରଦୀପ କୁମାର ପ୍ରମୁଖ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିିତ ରହି ଏପରି ପଦକ ପ୍ରଦାନ କରିଥିଲେ । ସେହିପରି ଅତିରିକ୍ତ ଏସ୍ପି ଅଶୋକ କୁମାର ମହାନ୍ତି, ପୁରୁଷୋତ୍ତମପୁରର ଥାନାଅଧିକାରୀ ଜଗନ୍ନାଥ ମଲ୍ଲୀକ, ପୋଲସରା ଥାନାଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲୀକ, କୋଦଳା ଥାନାଅଧିକାରୀ ଦେବାଶୀଷ ମହାନ୍ତିଙ୍କୁ ମଧ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ଉଲ୍ଲେଖନୀୟ ସେବା ଲୋକ ସମ୍ପର୍କ ଅପରାଧ ନିୟନ୍ତ୍ରଣ ଅଭିଯୋଗକାରୀଙ୍କୁ ଏପରି ସମ୍ମାନ ପ୍ରଦାନ କରାଯାଇଥିଲା ।


