ଚୋରୀ ବାଇକକୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସେରଙ୍ଗ ଥାନା ପକ୍ଷରୁ ଏକ ବାଇକ ଯାହାକି ଗତ ୫ବର୍ଷ ପୂର୍ବେ ପାଟପୁର ଥାନା ଅଞ୍ଚଳରୁ ଚୋରୀ ହୋଇଥିଲା ସେହି ବାଇକକୁ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ଉକ୍ତ ବାଇକକୁ ଅସଲି ମାଲିକଙ୍କୁ ସେରଙ୍ଗ ପୋଲିସ ହସ୍ତାନ୍ତର କରିଥିବାର ମଧ୍ୟ ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଏପ୍ରିଲ ପହିଲା ତାରିଖରେ ସେରଙ୍ଗ ଥାନା ଅନ୍ତର୍ଗତ ଗୁମ୍ମା ଫାଣ୍ଡି ତରଫରୁ ଗାଡି ଯାଞ୍ଚ କରାଯାଉଥିବା ବେଳେ ଏପି ୩୧ ଏଏଫ ୦୪୦୧ ଗ୍ଲାମର ବାଇକରେ ଗାଡି ଚାଳନା କରି ଆସୁଥିବା ସୁରେଶ କୁମାର ପାଣିଙ୍କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚବେଳେ ସୁରେଶ କୌଣସି ଗାଡି ସମ୍ବନ୍ଧୀୟ କାଗଜପତ୍ର ଦେଖେଇ ପାରି ନଥିଲେ । ଏହାପରେ ପୋଲିସର ତନାଘନା ପରେ ଉକ୍ତ ଗାଡିର ଅସଲି ନଂ ଓଡି ୦୭ ଏଲ୍ ୬୫୧୫ ଏବଂ ଏହା ମାଲିକ ଜେମ୍ବ୍ର ମଣ୍ଡଳଙ୍କ ବୋଲି ଜାଣିବାକୁ ପାଇଥିଲେ । ଉକ୍ତ ଗାଡି ଗଂଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ କିଛି ଦୁର୍ବୃତ୍ତ ଗତ ୫ବର୍ଷ ପୂର୍ବେ ଜେମ୍ବ୍ର ମଣ୍ଡଳଙ୍କୁ ଆକ୍ରମଣ କରି ବାଇକ ଲୁଟି ନେଇଥିଲେ । ସେତେବେଳେ ସେ ପାଟପୁର ଥାନାରେ ମୌଖିକ ଭାବେ ଅଭିଯୋଗ କରିଥିଲେ । ଜେମ୍ବ୍ରଙ୍କୁ ଗୁମ୍ମା ଫାଣ୍ଡି ପରିସରେ ସେରଙ୍ଗ ଥାନା ଅଧିକାରୀ ସ୍ୱରୂପ କିଶନ ବାଇକକୁ ହସ୍ତାନ୍ତର କରିଥିଲେ । ନିଜ ବାଇକ ପାଇ ଜେମ୍ବ୍ର ସେରଙ୍ଗ ଥାନା ଅଧିକାରୀ, ଗୁମ୍ମା ଫାଣ୍ଡି ଅଧିକାରୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ । ଉକ୍ତ ଘଟଣାକୁ ନେଇ ସେରଙ୍ଗ ଥାନାରେ ୨୪/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁରେଶ କୁମାର ପାଣିଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ