ଗୋପାଳପୁର ପୋର୍ଟକୁ ଯାନବାହାନ ଚଳାଚଳ ବନ୍ଦ ପ୍ରସଙ୍ଗ, ତ୍ରିପାକ୍ଷିକ ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍୍): ଗୋପାଳପୁର ପୋର୍ଟ ଓ ଆଇଆରଇ କମ୍ପାନୀକୁ ରପ୍ତାନୀ କାରବାର ପାଇଁ ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ଭାରିଯାନ ଚଳାଚଳକୁ ବନ୍ଦ ହୋଇଛି । ଏହି ରାସ୍ତାରେ ଦୀର୍ଘ ୭୨ ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ହୋଇଥିବା ନେଇ ୧୬ ନମ୍ବର ଜାତୀୟ ରାଜପଥ ହୁମ୍ମା ଠାରୁ ଚମାଖଣ୍ଡି ଗାଁ ପର୍ଯ୍ୟନ୍ତ ଶହ ଶହ ଟ୍ରକ ଗୁଡିକ ଅଟକି ରହିଅଛି । ଜାତୀୟ ରାଜପଥରେ ଏକ ପ୍ରକାର ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା । ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପାଇଁ ମୁଣ୍ଡବଥାର କାରଣ ହୋଇପଡିଛି । ଏହି ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ସୋମବାର ଏକ ତ୍ରିପାକ୍ଷିକ ବୈଠକର ଆୟୋଜନ କରିଥିଲେ । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଲକ୍ଷୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୪ ଘଣ୍ଟା ଧରି ଆଲୋଚନା ପରେ ବର୍ତ୍ତମାନ ସୁଦ୍ଧା ଯେତେ ଗୁଡିଏ ଯାନବାହାନ ଜାତୀୟ ରାଜପଥରେ ଠିଆ ହୋଇଛି । ସେଗୁଡିକୁ ଗୋପାଳପୁର ପୋର୍ଟକୁ ଏହି ରାସ୍ତାରେ ଛଡାଯିବ । ଦୁଇତିନି ଧରି ଉକ୍ତ ଯାନବାହାନ ଗୁଡିକ ରପ୍ତାନୀ ମାଲ ଗୁଡିକ ନେବା ଆଣିବା କରିବେ । ଏହାପରେ ଅନ୍ୟ କୌଣସି ଯାନବାହାନ ଆସିବ ନାହିଁ । ଆସନ୍ତା ୨୧ କିମ୍ବା ୨୨ ତାରିଖରେ ପୁଣି ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବ । ଆଜିର ଯେଉଁ ଯେଉଁ ସମସ୍ୟା ଉପରେ ଗ୍ରାମବାସୀ ତଥା କଣମଣା ପଞ୍ଚାୟତ ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡି ଦୃଷ୍ଟି ଆକର୍ଷଣ କରିଛନ୍ତି । ତା ଉପରେ କି ପ୍ରକାର ପଦକ୍ଷେପ ନିଆଯିବ ଆଲୋଚନା ହେବ । ଗୋପାଳପୁର ପୋର୍ଟକୁ ଭାରିଯାନ ବାହାନକୁ ଆକଳନ କରି ଉତ୍ତମ ଦୁଇଥାକିଆ ରାସ୍ତା ନିର୍ମାଣ । ଏଥିପାଇଁ ଜିଲ୍ଲା ପ୍ରଶାସନ, ପୋର୍ଟ କର୍ତ୍ତୃପକ୍ଷ ଏକ ପ୍ଲାନ୍ ପ୍ରସ୍ତୁତ କରିବେ । ଅଞ୍ଚଳର ବିକାଶ ନିମନ୍ତେ ପରିପାଶ୍ୱର୍ର ଉନ୍ନତି ନିମନ୍ତେ ଆଇଆରଇ ଓ ପୋର୍ଟର ବିଭିନ୍ନ ପଦକ୍ଷେପ । ନାରାୟଣପୁର –ଗୋପାଳପୁର ପୋର୍ଟ, କାଳିଆବାଲି ଛକ-ପୋର୍ଟ ଏବଂ ପୁରୁଣାଛତ୍ରପୁର-ପୋର୍ଟ ତିନୋଟି ରୁଟ୍ରେ ଯାନବାହାନ ଚଳାଚଳ ପାଇଁ ବ୍ୟବସ୍ଥା ରହିଛି । ସ୍ଥାନୀୟ ଅଞ୍ଚଳର ପ୍ରତ୍ୟେକ ଗାଁର ଭଦ୍ରବ୍ୟକ୍ତି, ପଞ୍ଚାୟତ ପ୍ରତିନିଧି, ଏବଂ ଜିଲ୍ଲା ପ୍ରଶାସନ ଓ ପୁଲିସକୁ ନେଇ ଏକ କମିଟି ଗଠନ ହେବ । କେଉଁ ସମୟରେ କେଉଁ ରୁଟ୍ରେ ଯାନବାହାନ ଚଳାଚଳ ହେବ ନେଇ ପରବର୍ତ୍ତୀ ବୈଠକରେ ଆଲୋଚନା ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଏହି ପ୍ରସ୍ତାବ ଉପରେ ଆନ୍ଦୋଳନକାରୀ ମାନେ ସହମତି ପ୍ରକାଶ କରିଥିଲେ । ୧୮ ତାରିଖ ପର୍ଯ୍ୟନ୍ତ ଏହି ରାସ୍ତାରେ ଜାତୀୟ ରାଜପଥରେ ଠିଆ ହୋଇଥିବା ଯାନବାହାନ ଗୁଡିକୁ ଗୋପାଳପୁର ପୋର୍ଟକୁ ଯିବାଆସିବା ପାଇଁ ରାଜି ହୋଇଥିଲେ । ଏହି ତ୍ରିପାକ୍ଷିକ ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏସ୍ଡିପିଓ ଉକ୍ରଳକେଶରୀ ଦାଶ, ତହସିଲଦାର ନୀଳମାଧବ ଭୋଇ, ଚମାଖଣ୍ଡି ଥାନା ଅଧିକାରୀ ସହଦେବ ମହାପାତ୍ର, ଗୋପାଳପୁର ପୋର୍ଟ ସିଇଓ କ୍ୟାପଟାନ୍ ସନ୍ଦୀପ୍ ଅଗ୍ରୱାଲ, ଆଇଆରଇ କମ୍ପାନୀର ଜି.କେ.ନାୟକ, ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ କାଳିଆବାଲି ଛକ, ମାଟିଖାଲ ଏବଂ ପୁରୁଣା ଛତ୍ରପୁରର ଗ୍ରାମବାସୀ ଉପସ୍ଥିତ ଥିଲେ । ଗୋପାଳପୁର ପୋର୍ଟ ଓ ଆଇଆରଇ କମ୍ପାନୀକୁ ରପ୍ତାନୀ କାରବାର ପାଇଁ ଭାରିଯାନ ଚଳାଚଳ ବନ୍ଦ ରହିଥିଲା । ମାଟିଖାଲ ଗ୍ରାମବାସୀ ଏବଂ କାଳିଆବାଲି ଛକରେ ଏନେଇ ଶନିବାର ପୃଥକ ପୃଥକ ଧାରଣା ଦିଆଯାଇଥିଲା । କାଳିଆବାଲି ଛକ ଠାରୁ ମାଟିଖାଲ ଗ୍ରାମକୁ ସଂଯୋଗ ମୁଖ୍ୟ ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ ଏବଂ ଅନ୍ୟାନ୍ୟ ଦାବି ସଂକ୍ରାନ୍ତରେ ଧାରଣା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ପୂର୍ବରୁ ଏହି ରାସ୍ତାଦେଇ ଉଭୟ କମ୍ପାନୀକୁ ଯାନବାହାନ ଚଳାଚଳ ହେଉଥିଲା । ସେତେବେଳେ ଏଭଳି ସମସ୍ୟା କଣ ନଥିଲା । ଏହି ରାସ୍ତାରେ ବହୁ ପରିମାଣର ଭାରି ଯାନବାହାନ ଚଳଚଳ ହେଉନଥିଲା କିନ୍ତୁ ଯେତେ କମ୍ ହେଲେ ମଧ୍ୟ ଭାରିଯାନ ଚଳାଚଳ ହେଉଥିଲା । ବର୍ତ୍ତମାନ ଗୋପାଳପୁର ପୋର୍ଟକୁ ସାପୋଞ୍ଜି ପାଲୋଜିଂ ପରିଚାଳନା ଦାୟିତ୍ୱ ନେବା ପର ଠାରୁ ବିଭିନ୍ନ ପ୍ରକାର ଆଳଦେଖାଇ ସମସ୍ୟା ଉପୁଜାଉଛନ୍ତି । ଏହା ପଛରେ ନିଶ୍ଚିତ ଭାବେ ସ୍ୱାର୍ଥ ଥିବା କମ୍ପାନୀର କିଛି କର୍ତ୍ତୃପକ୍ଷଙ୍କ ହାତ ରହିଥିବା ନେଇ କମ୍ପାନୀ କର୍ତ୍ତୃପକ୍ଷମାନେ ପରସ୍ପର ମଧ୍ୟରେ ଆଲୋଚନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ