ଗୋପାଳପୁର ରେ ବିଏସନେଲ ଅବସ୍ଥା ଶୋଚନୀୟ
ଗୋପାଳପୁର, (ରମେଶ ଚନ୍ଦ୍ର ସାହୁ):କଥାରେ କୁହାଯାଏ ନାମ ବଡା ଦର୍ଶନ ଛୋଟା l ଏକଥା ଆମେ ଏଇଥି ପାଇଁ କହୁଛୁ ଯେ ଡିଜିଟାଲ ଯୁଗରେ ମୋବାଇଲର ରହିଛି ବହୁତ ଚାହିଦା l ସେଥିଲାଗି ଭ୍ରାମ୍ୟଭାସ ସଂସ୍ଥା ମାନଙ୍କ ମଧ୍ୟରେ ଚାଲିଛି ଏକ ପ୍ରକାର ପ୍ରତିଯୋଗିତା l ପ୍ରମୁଖ ଗ୍ରାହକ ସେବା ସଂସ୍ଥା ମାନଙ୍କ ମଧ୍ୟରୁ ବିଏସନେଲ ହେଉଛି ଅନ୍ୟତମ l ମାତ୍ର ସରକାରଙ୍କର ଏହି ସଂସ୍ଥାରେ କେତେକ ଅପାରଗ ବାବୁ ମାନଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ଆଜି ସର୍ବପୁରାତନ ଏହି ସଂସ୍ଥା ଏବେ ଗ୍ରାହକଙ୍କ ବିଶ୍ୱାସ ହରାଇ ସାରିଲାଣି l ତଥାପି କେତେକାଂଶରେ ଏହି ସଂସ୍ଥା ପ୍ରତି ଭରସା ରଖିଛନ୍ତି ସତ ମାତ୍ର ସର୍ବଦା କିଛି ନା କିଛି ସମସ୍ୟାରେ ପଡୁଛନ୍ତି l ଯଦି ଗଂଜାମ ଜିଲ୍ଲାର ଗୋପାଳପୁର କଥା କହିବା ବିଏସନେଲ ର ଅବସ୍ଥା ଏଠାରେ ଅତି ଶୋଚନୀୟ l ସବୁଠାରୁ ବଡ଼ କଥା ହେଉଛି ଏହି ଅଂଚଳ ଏକ ପର୍ଯ୍ୟଟନ ସ୍ଥଳି ହୋଇଥିବା ବେଳେ ଏଠାକାର ବେଳା ଭୂମିର ମଜା ନେବାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ମାନେ ଆସିଥାନ୍ତି l ମାତ୍ର ପରିତାପ ଓ ଲଜ୍ୟାର ବିଷୟ ହେଉଛି ଏହି ଅଂଚଳରେ ବିଏସନେଲ ସେବା ଏପରି ରହୁଛି ଯେ ଏହି ସିମ ବ୍ୟବହାର କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ହେଉଛନ୍ତି ସମ୍ମୁଖୀନ l ସେପଟେ ଡିଜିଟାଲ ପେମେଂଟ କଥା କହିଲେ ଏଠାରୁ କିଣାବିକା କରୁଥିବା ଲୋକେ ବିଏସନେଲ ମୋବାଇଲ ସିମ ବ୍ୟବହାର କରୁଥିଲେ ନେଟୱର୍କ ନଥବାରୁ upi ପେମେଂଟ କରିବାରୁ ହେଉଛନ୍ତି ବଂଚିତ l ବାରମ୍ବାର ବିଏସନେଲ ର ଏଭଳି ମନମାନି ପାଇଁ ଅଂଚଳରେ କୁହୁଳୁଛି ଅସନ୍ତୋଷ l ସେପଟେ ଏହି ସଂସ୍ଥାର କାର୍ଯ୍ୟାଳୟ କଥା କହିଲେ କେତେ ବେଳେ ଖୋଲା ରହୁଛି ତ ଅଧିକାଂଶ ସମୟରେ ବନ୍ଦ l ଏସବୁ ସମସ୍ୟା ସ୍ଥଳେ ଆମ ପ୍ରତିନିଧି ରମେଶ ଚନ୍ଦ୍ର ସାହୁ ବିଭାଗୀୟ ଏଜିମଙ୍କ ସହ ଯୋଗାଯୋଗ କରିବା ପରେ ସେ କଣ କୁହନ୍ତି ଶୁଣନ୍ତୁ l ଏହା ଶୁଣି ସରିବା ପରେ ଯାହା ସ୍ପଷ୍ଟ ହୁଏ କି ଏଜିମଙ୍କ କଥାରେ ରହୁନାହିଁ ତାଳମେଳ l ଯାହାକି ସେ ବିଭାଗର ଅପାରଗତା ଲୁଚାଇବାକୁ ଯାଇ କେତେକାଂଶରେ ନେଉଛନ୍ତି ମିଛର ଆଶ୍ରୟ l ତେବେ ଏଠାରେ ପ୍ରଶ୍ନ ଉଠେ କାହିଁକି ବିଏସନେଲର ଏଠାରେ ଏପରି ଅବସ୍ଥା ? ଏଥିପାଇଁ କାହାକୁ କରାଯିବ ଦାୟୀ ? କାହିଁକି ସେବା ନାମରେ ଗ୍ରାହକ ମାନଙ୍କୁ ଠକୁଛି ସଂସ୍ଥା ? କାହିଁକି ବିଏସନେଲ ଉପରେ ଲୋକେ କରିବେ ଭରସା ? ଯାହାକୁ ନେଇ ଉଠୁଛି ନାନା ପ୍ରଶ୍ନ l ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ହୋଇପଡିଛି ଜରୁରୀ l


