ଗୋପ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ହୃଦଘାତରେ ମୃତୁ୍ୟ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ଗୋପ ଗ୍ରାମର ଅକ୍ଷୟ ରାଉତଙ୍କ ଆଜି ହୃଦଘାତରେ ମୃତୁ୍ୟ ଘଟିଥିବା ପରିବାର ଲୋକେ ସନେ୍ଦହ କରିଛନ୍ତି । ସୁଚନାରୁ ଜଣାଯାଇଛି ଗ୍ରାମର ଅକ୍ଷୟ ରାଉତ (୬୨) ନାମକ ଜଣେ ବ୍ୟକ୍ତି ଆଜି ଦିନ ୧୧ଟା ବେଳେ ନିଜ ଚାଷଜମି ଗୁଡିକ ବୁଲିବାକୁ ଯାଇଥିଲେ । ମାତ୍ର ଦୀର୍ଘ ସମୟ ଧରି ସେ ଘରକୁ ଫେରି ନଥିଲେ । ପରିବାର ଳୋକେ ଖୋଜାଖୋଜି କରିବାରୁ ଅପରାହ୍ନ ୪ଟା ବେଳେ ସେ ଏକ ବିଲ କିଆରୀରେ ପଡିଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ଘରକୁ ଅଣାଯିବା ବେଳକୁ ତାଙ୍କର ମୃତୁ୍ୟ ଘଟି ସାରିଥିଲା । ସେ ହୃଦଘାତରେ ମୃତୁ୍ୟ ବରରଣ କରିଥିବା ପରିବାର ଲୋକେ ସନେ୍ଦହ କରୁଛନ୍ତି । ଏହି ଖବର ପ୍ରଚାରିତ ହେବାମାତ୍ରେ ହାଟଡିହି ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ ଗ୍ରାମବାସୀ ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସେ ଜଣେ ମେଳାପୀ, ଆମାୟିକ ଓ ଭଦ୍ରବ୍ୟକ୍ତି ଭାବେ ସମଗ୍ର ପଞ୍ଚାୟତରେ ପରିଚିତ ଥିଲେ । ତାଙ୍କ ମୃତୁ୍ୟରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


