ଗୋବରାରେ ଶାନ୍ତି ହୋମ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗୋବରା ଗ୍ରାମରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଅବସରରେ ଶ୍ରୀ ଶ୍ରୀ ଦଧି ବାମନ ମନ୍ଦିରରେ ଶାନ୍ତି ହୋମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ପଣ୍ଡିତ ସୁରେନ୍ଦ୍ର ପାତ୍ର ଏବଂ ପୁରୋହିତ ଭାବେ ନାରାୟଣ ହୋତା, ହୃଷୀକେଶ ଦାସ,ଆଶୋକ କୁମାର ଶତପଥୀ,ତପନ କୁମାର ଶତପଥୀ,ସତ୍ୟ ନାରାୟଣ ଶତପଥୀ,ଅଜିତ କୁମାର ଶତପଥୀ,କାହ୍ନୁ ଚରଣ ହୋତା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ I ସେହିପରି ରାମକୃଷ୍ଣ ପାତ୍ର,ଶ୍ରୀନିବାସ ସାହୁ,ଶିବରାମ ରାଉତ,ତ୍ରିନାଥ ଗୌଡ଼,ସୁଦର୍ଶନ ସାହୁ,ଜଗନ୍ନାଥ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗୋବରା ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଏହି ଅବସରରେ ଆଜି ନିର୍ଦ୍ଧାରିତ ସମୟରେ ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ଦଧିବାମନଙ୍କ ନିକଟରେ ବିଧିମୁତାବକ ନୀତିକାନ୍ତି କରାଯାଇ ଶାନ୍ତିହୋମ ଅନୁଷ୍ଠିତ ହୋଇଥିଲା I ଏଥିରେ ଗ୍ରାମବାସୀଙ୍କ ମଙ୍ଗଳ, ଗ୍ରାମର ନିରାପତ୍ତା ଏବଂ ଶାନ୍ତି ରକ୍ଷା, ପଶୁ ସମ୍ପଦ ସୁରକ୍ଷା ଏବଂ ଫସଲ ସୁରକ୍ଷା ନିମିତ୍ତ ଠାକୁରଙ୍କୁ ପ୍ରାର୍ଥନା କରାଯାଇ ଆହୁତି ପ୍ରଦାନ କରାଯାଇଥିଲା I


