ଗୋଲାପୀ ଓଠ ଚାହୁଁଥିଲେ…
ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧିରେ ଓଠର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସୁନ୍ଦର ତଥା ଗୋଲାପୀ ଓଠ ପାଇଁ ମହିଳା ଓ ଯୁବତୀମାନେ ବିଭିନ୍ନ ପ୍ରକାର ଲିପ୍ଷ୍ଟିକ୍ ବ୍ୟବହାର କରିଥାନ୍ତି । ତେବେ କିଛି ଘରୋଇ ସାମଗ୍ରୀ ବ୍ୟବହାର କରି ମଧ୍ୟ ପ୍ରାକୃତିକ ଉପାୟରେ ଆପଣ ଗୋଲାପୀ ଓଠ ପାଇପାରିବେ । ଗୋଲାପୀ ଓଠ ପାଇଁ ଆପଣାନ୍ତୁ…
ଫୋଳେ ବିଟ୍କୁ ସରୁ ସରୁ କରି କାଟି ଏହାର ଜୁସ୍ ପ୍ରସ୍ତୁତ କରୁନ୍ତୁ । ଏଥିରେ କିଛି ନଡ଼ିଆ ତେଲ ମିଶାଇ ଓଠରେ ଲଗାନ୍ତୁ । କିଛି ସମୟ ପରେ ଓଠ ଧୋଇ ଦିଅନ୍ତୁ । କିଛି ଦିନ ଏଭଳି କରିବା ଦ୍ୱାରା ଓଠ ଗୋଲାପୀ ହୋଇଯିବ ।
ଦୁଇ ଚାମଚ ନଡ଼ିଆ କିମ୍ବା ଅଲିଭ୍ କିମ୍ବା ଜଡ଼ା ତେଲ ନେଇ ସେଥିରେ କିଛି ଟି ଟ୍ରି ଅଏଲ୍ ମିଶାନ୍ତୁ । ଏହି ମିଶ୍ରଣକୁ ପ୍ରତିଦିନ ଦୁଇରୁ ତିନି ଥର ଓଠରେ ଲଗାନ୍ତୁ । ଏଥିରେ ଥିବା ଫ୍ୟାଟି ଏସିଡ୍ ଓଠ ଫଟା ଭଲ କରିବା ସହ ଇନ୍ଫେକସନ୍ ମଧ୍ୟ ଦୂର କରି ଓଠକୁ ପୂର୍ବ ପରି ଗୋଲାପୀ କରେ ।
ଗୋଲାପୀ ଓଠ ପାଇଁ ମହୁ ଓ ଭେସଲିନ୍ ମଧ୍ୟ ବ୍ୟବହାର କରିପାରନ୍ତି । ପ୍ରଥମେ ଓଠରେ କିଛି ମହୁ ଲଗାନ୍ତୁ । ଏହା ଉପରେ ଗୋଟେ ପରସ୍ତ ଭେସ୍ଲିନ୍ ଲଗାନ୍ତୁ । ୧୦ରୁ ୧୫ ମିନିଟ୍ ଏପରି ଛାଡ଼ିଦିଅନ୍ତୁ । ପରେ ଏକ ଟିସ୍ୟୁ ପେପର କିମ୍ବା ନରମ କପଡ଼ାରେ ପୋଛି ଦିଅନ୍ତୁ । ଏଭଳି ଏକ ସପ୍ତାହ କରିବା ଦ୍ୱାରା ଓଠ ମୁଲାୟମ ହେବା ସହ ଗୋଲାପୀ ହୋଇଥାଏ ।
୫-୬ ଟି ଗୋଲାପ ପାଖୁଡ଼ାକୁ ଅଳ୍ପ କଞ୍ଚା କ୍ଷୀର ମିଶାନ୍ତୁ । ଏହି ମିଶ୍ରଣକୁ ଓଠରେ ୨୦ ମିନିଟ୍ ପର୍ଯ୍ୟନ୍ତ ଲେପନ କରି ରଖନ୍ତୁ । ପରେ ଥଣ୍ଡା ପାଣିରେ ଓଠକୁ ଭଲ ଭାବେ ଧୋଇ ଦିଅନ୍ତୁ । ପ୍ରତିଦିନ ଏଭଳି ଏକ ସପ୍ତାହ କରନ୍ତୁ ଦେଖିବେ ଓଠର ରଙ୍ଗ ଗୋଲାପୀ ହେବା ସହ କୋମଳ ମଧ୍ୟ ହେବ ।
ଚାମଚେ ଚିନିରେ କିଛି ଅଲିଭ୍ ତେଲ ଓ ଅଧ ଚାମଚ ମହୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଯେପରି ଚିନି ମିଳେଇ ନ ଯିବ । ଏହି ମିଶ୍ରଣକୁ ଓଠରେ ଆସ୍ତେ ଆସ୍ତେ ମାଲିସ କରନ୍ତୁ । କିଛି ସମୟ ଏପରି କରିବା ପରେ ଉଷୁମ ପାଣିରେ ଓଠ ଧୋଇ ଦିଅନ୍ତୁ । କିଛି ଏଭଳି କରିବା ଦ୍ୱାରା ଓଠ ଫଟା ଭଲ ହେବା ସହ ଏହାର ପ୍ରାକୃତିକ ରଙ୍ଗ ମଧ୍ୟ ଫେରିଥାଏ ।
ଏକ ଚାମଚ ଲେମ୍ବୁ ରସ, ମହୁ ଓ ଅଧ ଚାମଚ ଜଡ଼ା ତେଲକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାକୁ ଓଠରେ ଲଗାଇ ୧୦ ମିନିଟ୍ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ । ତା’ପରେ ପାଣିରେ ଓଠକୁ ଭଲଭାବେ ଧୋଇ ଦିଅନ୍ତୁ । ୭-୧୦ ଦିନ ଏଭଳି କରିବା ଦ୍ୱାରା ଓଠ ଗୋଲାପୀ ହୋଇଥାଏ ।


