ଗୋହିରାପଦୀରେ ବାଇ-ସାଇକେଲ୍ ରେସ୍ ପ୍ରତିଯୋଗିତା
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବିଶ୍ୱ ବାଇ-ସାଇକେଲ୍ ଦିବସ ଅବସରରେ ବନ୍ତ ବ୍ଲକ୍ ଗୋହିରାପଦୀ ଠାରେ ଭଦ୍ରକସ୍ଥିତ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟ ତଥା ସତ୍ୟଭାମା ଫାଉଣ୍ଡେସନ୍ ଫର୍ ଯୁଥ୍ସ୍ ସହଯୋଗରେ ବାଇ-ସାଇକେଲ୍ ରେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଳୋକ ପଞ୍ଚାୟତ ସମେତ ବିଭିନ୍ନ ସ୍ଥାନରୁ ୪୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ । ଶିଆଳିଆ-ବରହମପୁର ରାସ୍ତାରେ ଏହି ସାଇକେଲ୍ ରେସ୍ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ଗୋହିରାପଦୀର ମନୋଜ କୁମାର ପାତ୍ର ପ୍ରଥମ, ମହୁଲଗଡ଼ିଆର ପ୍ରଭୂଦତ୍ତ ରାଉତ ଦ୍ୱିତୀୟ, ଗୋହିରାପଦୀର ଦୀପକ ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଇଂ. ସ୍ମୃତିରଞ୍ଜନ ରାଉତ, ସମ୍ମାନୀତ ଅତିଥି ବିକାଶ କୁମାର ମଲ୍ଲିକ, ମାନସ କୁମାର ପାତ୍ର, ସୌଭାଗ୍ୟ ରଞ୍ଜନ ରାଉତ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ସତ୍ୟଭାମା ଫାଉଣ୍ଡେସନ୍ ଫର୍ ଯୁଥ୍ସ୍ର ସଭାପତି ଫାଲ୍ଗୁନୀ ପାତ୍ର, ସମ୍ପାଦକ ରଜତ କୁମାର ପାତ୍ର, ରବିନ୍ଦ୍ର ନାୟକ, ଦେବାନନ୍ଦ ନାୟକ, ଦୟାନିଧି ପାତ୍ର, ସଙ୍କେତ ରାଉତ, ସାଗର ପାତ୍ର, ସୋମନାଥ ପାତ୍ର, ଜୀବନ ପାତ୍ରଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ପ୍ରତିଯୋଗିତାକୁ ଦେଖିବା ପାଇଁ ଶତାଧିକ ଦର୍ଶକ ଉପସ୍ଥିତ ଥିଲେ ।


