୩ ସମିତିରେ ଆସିଲା ୨୮ ଅଭିଯୋଗ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକର ବିଭିନ୍ନ ସମବାୟ ସମିତିରେ ଆଗାମୀ ୨୬ ତାରିଖ ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ମନୋନୟନ ପତ୍ର ଯାଞ୍ଚ ଓ ଏହା ଉପରେ ଲିଖିତ ଅଭିଯୋଗ ଗ୍ରହଣ କରାଯାଇଥିଲା । ଏପରିପେକ୍ଷୀରେ ଚାଇଁପୁର ସମିତିରେ ୮, ପଧାନପଡା ସମିତିରେ ୫ ଓ କେନ୍ଦୁଆପଦା ସମିତିରେ ୧୫ ଅଭିଯୋଗ ଆସିଥିବା ଜଣାଯାଇଛି । ଆଗାମୀ ୮ ତାରିଖରେ ଅଭିଯୋଗ ଉପରେ ନିର୍ବାଚନ ଅଧିକାରୀଙ୍କ ଶୁଣାଣି, ୯ରେ ଅଭିଯୋଗ ଖଣ୍ଡନ ଉପରେ ଶୁଣାଣି ଓ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି, ୧୦ରେ ସଠିକ୍ ପ୍ରାର୍ଥୀ ତାଲିକା ପ୍ରକାଶ, ୧୧ରେ ମନୋନୟନ ପତ୍ର ପ୍ରତ୍ୟାହାର, ଚୁଡାନ୍ତ ପ୍ରାର୍ଥୀ ତାଲିକା ସଙ୍କେତ ସହ ପ୍ରକାଶ ପାଇବ ବୋଲି ଜଣାଯାଇଛି ।


