ଗୌତମୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ଶନିବାର ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ତୃତୀୟ ଦିବସ ଡ଼ିଲିସିୟସ କ୍ରିକେଟ କ୍ଳବ, ଚେରମାରିଆ ଓ ବ୍ୟାଘ୍ରଦେବୀ କ୍ରିକେଟ କ୍ଳବ, ଭଂଜନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ବ୍ୟାଘ୍ରଦେବୀ କ୍ରିକେଟ କ୍ଳବ. ଚେରମାରିଆ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରିତ କରିଥିଲା । ଚେରମାିଆ ଦଳ ଼ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହରାଇ ୧୮୩ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ଭଂଜନଗର ଦଳ ୧୭.୨ ଓଭରରେ ୪ଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲେ । ଦଳ ପକ୍ଷରୁ ସ୍ମୃତି ୩୯ ବଲରୁ ଧୁଆଁଧାର ୭୦ ରନ୍ ସଂଗ୍ରହ କରିଥିଲେ । ଭଂଜନଗର ଦଳ ପକ୍ଷରୁ ଭଂଜକିଶୋର ମହାନ୍ତିଙ୍କୁ ସଫଳ ବୋଲର ଭାବେ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ତଥା ଡ଼ିସକଭରିର ପ୍ରତିଷ୍ଠାତା କାହ୍ନୁଚରଣ ପଣ୍ଡା ଯୋଗଦେଇ ଭଂଜ କିଶୋରଙ୍କୁ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ଜିଜେଶ ସାହୁ ଓ କେଶବ ମହାରଣା ମ୍ୟାଚ୍ ପରିଚାଳନା କରିଥିଲେ । ସ୍କୋରର ଭାବେ ରୁଦ୍ର ପାଣିଗ୍ରାହୀ ଓ ବ୍ରିଜେଶ ମହାରଣା ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରବୀଣ ଦାସ, ଆଲୋକ ଗୌଡ଼, ଟୁକୁନା ନାହାକ, ରାହୁଲ ପାଣିଗ୍ରାହୀ, ସ୍ୱାଧିନ ବେହେରା, ସତ୍ୟ ନାରାୟଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ