ପିଆଜ ପାଇଁ ରାସ୍ତା ଯାମ୍
ସମ୍ୱଲପୁର -ପିଆଜ ଦର ଏବେ ଆକାଶ ଛୁଆ ପ୍ରତିଦିନ ପିଆଜ କିଲୋ ପିଛା ଦର ୫୦ ରୁ ୧୦୦ ପ୍ରତିଶତ ବଢିଚାଲିଛି । ଯାହା ଫଳରେ ଖାଉଟି ମାନେ ଅଧିକ ଟଙ୍କା ଦେଇ ପିଆଜ କିଣୁଛନ୍ତି । ଇତି ମଧ୍ୟରେ ବଜାରକୁ ନୂଆ ପିଆଜ ଆସିଯିବା କଥା କିନ୍ତୁ ଚାଷୀ ଏବେ ବିକ୍ରି କରିବାକୁ ପ୍ରସ୍ତୁତ ନାହାନ୍ତି ।ଏହାରି ଭିତରେ ଏକ ଅଭାବନୀ ଘଟଣା ଦେଖିବାକୁ ମିଳିଥିଲା ବରଗଡ଼ ଜିଲ୍ଲା ଦେବାହାଲ ନିକଟରେ ଏକ ପିଆଜ ଟ୍ରକ ନାସିକରୁ ସମ୍ବଲପୁର ଆସୁଥିଲା । ହେଲେ ଦେବାହାଲ ନିକଟରେ ସେହି ଟ୍ରକରୁ ଏକ ପିଆଜ ବସ୍ତା ଖସି ରାସ୍ତା ଉପରେ ପଡ଼ିଯାଇଥିଲା । ଏହାକୁ ଦେଖି ରାସ୍ତାରେ ଯାଉଥିବା ଲୋକେ ଜୀବନ ବିକଳରେ ପିଆଜ ଗୋଟାଇବାରେ ଲାଗିପଡ଼ିଥିଲେ । ଖାଲି ସାଇକେଲ କିମ୍ବା ବାଇକରେ ଯାଉଥିବା ଯାତ୍ରୀ ନୁହଁନ୍ତି, କାରରେ ଯାଉଥିବା ଭିଭିଆଇପି ମଧ୍ୟ ଅଟକି ଜୀବନ ବିକଳରେ ପିଆଜ ଗୋଟାଇବାରେ ଲାଗିପଡ଼ିଥିଲେ । ଲୋକମାନେ ପିଆଜ ଗୋଟାଇବାରେ ଏତେ ବ୍ୟସ୍ତ ଥିଲେ ଯେ, ଗାଡି ମଟରକୁ ଦେଖୁନଥାନ୍ତି ।


