ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁଁ ନିଆଁରୁ ବର୍ତ୍ତିଲା ଗାଁ
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଥାନା ତଥା ବ୍ଲକ ବିରିକଳା ପଞ୍ଚାୟତ ଅନ୍ତର୍ଗତ ଡଡୁଆଁ ଗାଁ ଶୁକ୍ରବାର ଗ୍ରାମବାସୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଯାଇଛି ନିଆଁର ପ୍ରକୋପରୁ । ଶୁକ୍ରବାର ଦିନ ପ୍ରାୟ ସାଢେ ୧ଟା ସମୟରେ ସେହି ଗ୍ରାମର ମନୋ ଲୋହାରଙ୍କ ଘର ନିକଟ ଏକ ବିସ୍ତୀର୍ଣ୍ଣ ସ୍ଥାନରେ ହୁତୁହୁତୁ ହୋଇ ନିଆଁ ଜଳି ହଠାତ୍ ଚାରିଆଡେ ବ୍ୟାପିଯାଇଥିଲା । ନିଆଁ ଗାଁ ଭିତରକୁ ପଶିବା ପୂର୍ବରୁ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ହାତରେ ପାଣି ବୋହି ଅକ୍ଳାନ୍ତ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ । ସେହି ନିଆଁ ଜଳୁଥିବା ସମୟରେ ଗ୍ରାମବାସୀ ମାନଙ୍କ ପକ୍ଷରୁ ଯୋଡା ଅଗ୍ନୀଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଦମକଳ ବାହିନୀ ପହଂଚିବା ବେଳକୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରି ଦେଇଥିଲେ । ଅଗ୍ନୀକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁଁ ସମଗ୍ର ଗାଁଟି ନିଆଁ ପ୍ରକୋପରୁ ରକ୍ଷା ପାଇଗଲା ବୋଲି ସାଧାରଣରେ ଚର୍ଚ୍ଚା ।


