ଗ୍ରାମବାସୀଙ୍କ ପକ୍ଷରୁ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା
ହାଟଡ଼ିହି : ଚୋରଗଡିଆ ଗ୍ରାମବାସୀଙ୍କ ପକ୍ଷରୁ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଗ୍ରାମରେ ନବ ନିର୍ମିତ ଚନ୍ଦ୍ରେଶ୍ୱର ମହାଦେବଙ୍କ ମନ୍ଦିର ନିର୍ମାଣ ସହିତ ଗ୍ରାମର ଉନ୍ନୟନ ମୁଳକ କାର୍ଯ୍ୟରେ ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କ ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିବା ସହିତ ଗ୍ରାମବାସୀମାନେ ଉପଢ଼ୌକନ ଓ ମାନପତ୍ର ଦେଇ ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହିଅବସରରେ ଗ୍ରାମର ଗଙ୍ଗାଧର ସାମଲ, ଧୁଶାସନ ସାମଲ, କୋଦଣ୍ଡଧର ଦାସ, ଦାମୋଦର ନାୟକ, ଗୋପବନ୍ଧୁ ସାହୁ, ରମେଶ ଦାସ, ଭାଗିରଥି ନାୟକ, ନରେନ୍ଦ୍ର ସାମଲ, ସୁଧାଶୁଂ ଜେନା, ନବଘନ ସାହୁ, ଅନାଦି ଦାସ, ଲଛମନ ବେହେରା, ବଳରାମ ସାହୁ, ଦିପ୍ତୀ ରଞ୍ଜନ ଦାସ, ପ୍ରହଲାଦ ଦାସ, ରଞ୍ଜନ ଦାସ, ହାଟଡିହି ପଞ୍ଚାୟତ ବିଜେଡି ସଭାପତି କାମପାଳ ନାୟକ, ସଞ୍ଜିବ ନାୟକ, ପ୍ରସନ୍ନ ନାୟକ, ସନ୍ଦିପ ସାମଲ, ମନୋରଞ୍ଜନ ନାୟକ, ଜନସନ ସାମଲ, ନିକସନ ସାମଲ, ଅମରବର ବେହେରାଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।


