ଗ୍ରାମ୍ୟ କମିଟି ସଭାପତିଙ୍କ ଅକାଳ ବିୟୋଗ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଗ୍ରାମ୍ୟ କମିଟି ସଭାପତି ସୂର୍ଯ୍ୟ ନାରାୟଣ ବାରିକ(୪୭)ଙ୍କ ଅକାଳ ବିୟୋଗ ଘଟିଛି I ସ୍ଵର୍ଗତ ସୂର୍ଯ୍ୟନାରାୟଣ କିଛି ଦିନ ତଳେ ମସ୍ତିଷ୍କ ପକ୍ଷାଘାତରେ ଆାକ୍ରାନ୍ତ ହୋଇ ଭୁବନେଶ୍ଵରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ମୃତ୍ୟୁବରଣ କରିଥିଲେ I ସ୍ଵର୍ଗତ ବାରିକ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଜଣେ ସକ୍ରିୟ ସଦସ୍ୟ ଥିଲେ I ଜଣେ ଏଲଆଇସି ଏଜେଣ୍ଟ ଭାବରେ ମଧ୍ୟ ସେ ଅଞ୍ଚଳରେ ବେଶ୍ ଜନଶୁଣା ଥିଲେ I ଜଣେ ପରୋପକାରୀ ଏବଂ ମେଳାପୀ ବ୍ୟକ୍ତି ଭାବରେ ସେ ଅଞ୍ଚଳବାସୀଙ୍କ ନିକଟରେ ଆଦରର ପାତ୍ର ଥିଲେ I ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ଖବର ପାଇ ଆଳୀୟ ସମାଜର ବହୁ କର୍ମକର୍ତ୍ତା,ଜୀବନ ବୀମା କମ୍ପାନିର କର୍ମକର୍ତ୍ତା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି I


