ଗ୍ରାମ୍ୟ ଗୋଷ୍ଠୀ କନ୍ଦଳରେ ବାଦ ପଡ଼ିଲାନି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ

ରଙ୍ଗେଇଲୁଣ୍ଡା-ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶୌଚାଳୟ ଭଙ୍ଗା ଯାଇଥିବା ଓ ବିଦ୍ୟାଳୟର ସମସ୍ତ କ୍ଳାସ ରୁମ ଓ କାର‌୍ୟ୍ୟାଳୟରେ ଲାଗିଥିବା ତାଲା ଗୁଡିକୁ ଏମ.ସିଲରେ ସିଲ କରାଯାଇ ଥିଲା ଯାହାଫଳରେ ତାଲା ଖୋଲା ହୋଇ ନ ପାରିବାରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର‌୍ୟ୍ୟନ୍ତ ଶହ ଶହ ଛାତ୍ର ଛାତ୍ରୀ ବାହାରେ ଖରାରେ ବାରଣ୍ଡାରେ ବସିବାକୁ ପଡିଥିଲା।ଏହିପରି ଘଟଣା ଦେଖି ଅଭିଭାବକ ଙ୍କ ମହଲରେ ଉତେଜନା ହେବାରୁ ଗୋଳନ୍ଥରା ଥାନା ଖବର ପାଇ ବିଦ୍ୟାଳୟରେ ପହଞ୍ଚି ଅଭିଭାବକ ମାନଙ୍କୁ ବୁଝା ସୁଝା କରି ବିଦ୍ୟାଳୟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ, ସଭାପତି ,ଗ୍ରାମର ସରପଞ୍ଚ ଓ ଗ୍ରାମବାସୀଙ୍କ ଉପସ୍ଥିତରେ ତାଲା ଗୁଡିକୁ କାଟି ଛାତ୍ରଛାତ୍ରୀ ମାନଙ୍କୁ କ୍ଳାସ ରୁମ କୁ ନେଇଥିଲେ।ପଞ୍ଚମା ଗ୍ରାମରେ କିଛି ବର୍ଷ ହେଲା ଦୁଇ ଗୋଷ୍ଠୀ ହୋଇ ଉତେଜନା ଲାଗିରହିଛି ବୋଲି ଶୁଣିବାକୁ ମିଳୁଛି।କିଛି ବର୍ଷ ତଳେ ପ୍ରଥମେ ସିଦ୍ଧ ବିନାୟକ ମନ୍ଦିରର ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ନେଇ ଗୋଟିଏ ଗୋଷ୍ଠି ଅନ୍ୟ ଗୋଷ୍ଠି ସହ ପାଟି ତୁଣ୍ଡ କରି ଗ୍ରାମରେ କଳହ ହୋଇଥିଲା।ତାପରେ କିଛି ମାସ ତଳେ ଅନ୍ୟ ଗୋଷ୍ଠି ପାତାଳେଶ୍ୱର ମନ୍ଦିରର ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ନେଇ ଗ୍ରାମରେ ଉତେଜନା ହୋଇଥିଲା।ଏହିପରିକି ଗୋଳନ୍ଥରା ଥାନାର ପୋଲିସ ଗାଡିକୁ ମଧ୍ୟ ଅଟକ ରଖି ରାସ୍ତା ଅବରୋଧ କରିଥିଲେ।ଏହି ପରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଲାଗି ରହିଥିବା ଯୋଗୁଁ ନିରୀହ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଏଥିପ୍ରତି ପ୍ରଶାସନ ଦୃଷ୍ଟି ନ ଦିଏ ତା ହେଲେ ଭବିଷ୍ୟତରେ କିଛି ବଡ଼ ଧରଣର ଘଟଣା ଘଟିପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବାର ଶୁଣିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ