ବିଶ୍ୱ ବୁଲିବା ଲାଗି କର୍ମଚାରୀଙ୍କୁ ମିଳିବ ୨୫.୭୫ ଲକ୍ଷ ଟଙ୍କା
ବର୍ତ୍ତମାନର ଅତ୍ୟାଧୁନିକ ସମାଜରେ ସମସ୍ତେ ସ୍ୱାବଲମ୍ବୀ ହେବା ଜରୁରୀ । ତେବେ ସମସ୍ତଙ୍କର ଚାକିରି କରିବାକୁ ସଉକ ଥିବାବେଳେ ଦେଶ ବୁଲିବା ସହ ବିଳାସପୂର୍ଣ୍ଣ ଘର, ଲକ୍ଷ ଲକ୍ଷ ଟଙ୍କା ଦରମା ମିଳିବା ଭଳି ଚାକିରି ଭାଗ୍ୟରେ ଥିଲେ ମିଳେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଚାକିରି ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ । ୪ଟି ଅନ୍ଲାଇନ କମ୍ପାନୀ ଇ-କମର୍ସର ମାଲିକ ତଥା ୨୬ ବର୍ଷୀୟ କୋଟିପତି ଯୁବକ ମେଥ୍ୟୁ ଲେପର ଏ ନେଇ ଏକ ଭିଡିଓ ୟୁଟ୍ୟୁବ୍ରେ ପୋଷ୍ଟ କରିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ, ତାଙ୍କୁ ଏପରି ଏକ ଆସିଷ୍ଟାଣ୍ଟ ଆବଶ୍ୟକ ଯିଏ ତାଙ୍କ ସହ ବିଶ୍ୱର ସବୁ ଦେଶ ବୁଲିପାରିବ । ଏହା ସହିତ କମ୍ପାନୀ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିପାରିବ । ଏହି କାମ ଲାଗି ଆସିଷ୍ଟାଣ୍ଟଙ୍କୁ ୨୫.୭୫ ଲକ୍ଷ ଦରମା, ଏକ ବିଳାସପୂର୍ଣ୍ଣ ଘର, ଏହା ସହ ସ୍ୱାସ୍ଥ୍ୟ ବୀମାର ସୁବିଧା ଦିଆଯିବ । ଏହି ଚାକିରି ପାଇଁ ୪୦ ହଜାରରୁ ଊଦ୍ଧ୍ୱର୍ ଲୋକ ଆପ୍ଲାଏ କରି ସାରିଛନ୍ତି, ଯେଉଁଥିରେ ୭୫ ପ୍ରତିଶତ ମହିଳା ଅଛନ୍ତି । ସେମାନଙ୍କ ବୟସ ୨୩ରୁ ୩୭ ମଧ୍ୟରେ ରହିଛି । ତେବେ ଏହି ଚାକିରି ପାଇଁ କିଛି ସର୍ତ୍ତ ରହିଛି । ଆପ୍ଲିକାଣ୍ଟଙ୍କୁ କମ୍ପ୍ୟୁଟର ଭଲ ଭାବେ ଚଲାଇ ଆସୁଥିବାବେଳେ ସୋସିଆଲ ମିଡିଆ ସମ୍ବନ୍ଧରେ ଅଧିକ ଜ୍ଞାନ ରହିଥିବା ଆବଶ୍ୟକ ।


