“ଗ୍ରୀନ ରେଳବାଇ” ହେବ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ସହ

ନୂଆଦିଲ୍ଲୀ : ରେଳ ମନ୍ତ୍ରଣାଳୟ ଏବେ ଭାରତୀୟ ରେଳବାଇକୁ ସମ୍ପୂର୍ଣ୍ଣ ରୂପେ ରୂପାନ୍ତରଣ ଏବଂ ଆଧୁନିକୀକରଣ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି ଏବଂ ସେହି ଲକ୍ଷ୍ୟ ହାସଲ କରିବା ଦିଗରେ ୨୦୩୦ ମସିହା ସୁଦ୍ଧା ଭାରତୀୟ ରେଳ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ “ଗ୍ରୀନ ରେଳବାଇ” ନେଟ ଜିରୋ କାର୍ବନ ନିର୍ଗମନରେ ପରିଣତ କରାଯିବ । ଏହି ଦିଗରେ ମନ୍ତ୍ରଣାଳୟ ପକ୍ଷରୁ ଅନେକ ଗୁଡ଼ିକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ୱ ତାପନ ତଥା ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ସମାଧାନ ଦିଗରେ ଏହା ସହାୟକ ହେବ। ରେଳବାଇ ବିଦ୍ୟୁତିକରଣ, ଲୋକୋମୋଟିଭଗୁଡ଼ିକରେ ଶକ୍ତି ସକ୍ରିୟତା ବୃଦ୍ଧି ଏବଂ ଟ୍ରେନ ତଥା ସ୍ଥିର ଇନଷ୍ଟାଲେସନଗୁଡ଼ିକୁ ଅଧିକ ଶକ୍ତି ସକ୍ରିୟକ୍ଷମ କରିବା, ଅନ୍ୟାନ୍ୟ ଇନଷ୍ଟାଲେସନ/ଷ୍ଟେସନଗୁଡ଼ିକର ଗ୍ରୀନ ସାର୍ଟିଫିକେସନ କରାଯିବା, ରେଳ ବଗିଗୁଡ଼ିକରେ ବାୟୋ ଶୌଚାଗାର ଖଞ୍ଜାଯିବା ଏବଂ ପାରମ୍ପରିକ ଶକ୍ତି ପରିବର୍ତ୍ତେ ସେସବୁକୁ ଅକ୍ଷୟ ଶକ୍ତିକ୍ଷମ କରାଯିବା ଆଦି ପଦକ୍ଷେପ ରେଳବାଇ ପକ୍ଷରୁ ଗ୍ରହଣ କରାଯାଇଛି । ଏହା ଫଳରେ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଭାରତୀୟ ରେଳବାଇ ଏପର୍ଯ୍ୟନ୍ତ ପ୍ରାୟ ୪୦,୦୦୦ କିଲୋମିଟର ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ଶେଷ କରିଥିବା ବେଳେ ୨୦୧୪ ମସିହା ଠାରୁ ୨୦୨୦ ମଧ୍ୟରେ ସେଥିରୁ ୧୮,୬୦୫ କିଲୋମିଟର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପାଦନ କରାଯାଇଛି । ପୂର୍ବରୁ ୨୦୦୯ମସିହା ଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ମାତ୍ର ୩,୮୩୫ କିଲୋମିଟର ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ସେହିଭଳି ୨୦୨୦-୨୧ ମସିହାରେ ଭାରତୀୟ ରେଳବାଇ ମୋଟ ୭୦୦୦ ଆରକେଏମ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି । ୨୦୧୩ ମସିହା ଡିସେମ୍ବର ମାସ ସୁଦ୍ଧା ଦେଶର ସମସ୍ତ ବ୍ରଡ଼ ଗଜ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାର ଯୋଜନା କରାଯାଇଛି । ଭାରତୀୟ ରେଳବାଇ ସମସ୍ତ ରେଳପଥର ବିଦ୍ୟୁତିକରଣ ତଥା ସମସ୍ତ ମିସିଂ ଲିଙ୍କର ବିଦ୍ୟୁତିକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିଛି । ଏହି ଲକ୍ଷ୍ୟକୁ ମନରେ ରଖି କୋଭିଡ଼ ମହାମାରୀ ସମୟରେ ସୁଦ୍ଧା ୩୬୫କିଲୋମିଟର ପ୍ରମୁଖ ସଂଯୋଗ ପଥକୁ କାର୍ଯ୍ୟକ୍ଷମ କରାଯାଇଛି । କୋଭିଡ଼ ମହାମାରୀ ସମୟରେ ଯେଉଁସବୁ ପ୍ରମୁଖ ରେଳପଥ ସଂଯୋଗକୁ କାର୍ଯ୍ୟକାରୀ କରାଯାଇଛି ସେଥି ମଧ୍ୟରେ ମୁମ୍ବାଇ-ହାୱଡ଼ା ଭାୟା ଆହ୍ଲାବାଦ ଦେଇ ଯାତାୟାତ କରୁଥିବା କଟନୀ-ସତନା ସେକ୍ସନ ୯୯ କିଲୋମିଟରକୁ କାର୍ଯ୍ୟକ୍ଷମ କରାଯାଇଛି ଏହାଦ୍ୱାର ହାୱଡ଼ାକୁ ବିକଳ୍ପ ରେଳପଥର ବ୍ୟବସ୍ଥା ହୋଇପାରିଛି । ସେହିଭଳି, ଇନ୍ଦୋର-ଗୁନା-ବୀନା ମାର୍ଗରେ ପଚୋର-ମାକ୍ସି ୮୮ ଆରକେଏମ ସେକ୍ସନକୁ କାର୍ଯ୍ୟକ୍ଷମ କରାଯାଇଛି ଯାହାକି ମାକ୍ସି-ଭୋପାଳ-ବୀନାକୁ ବିକଳ୍ପ ରେଳପଥର ସୁବିଧା ପ୍ରଦାନ କରିଛି । ହାୱଡ଼ା/ସିଆଲଦା-ଏସଭିଡ଼ି କଟରା ଭାୟା ପାଟନା ରୁଟରେ ଭାଗଲପୁର-ଶିବନାରାୟଣପୁର ୪୫ ଆରକେଏମ ସେକ୍ସନକୁ ଇତି ମଧ୍ୟରେ କାର୍ଯ୍ୟକ୍ଷମ କରାଯାଇଛି । ସେହିଭଳି କରିଆକାଲ ବନ୍ଦରକୁ କୋଇଲା, ସାର ଓ ତାମିଲନାଡ଼ୁର ଇସ୍ପାତ କାରଖାନା ଆନ୍ଧ୍ର ପ୍ରଦେଶର ଥିରୁଭରୁର-କରାଇକାଲ ବନ୍ଦର ୪୬ ଆରକେଏମ ସହ ସଂଯୋଗ କରିବା ନିମନ୍ତେ ଏହି ୪୬ ଆରକେଏମ ସେକ୍ସନକୁ ସଂଯୋଗ କରାଯାଇଛି ଯାହାକି ଇରୋଡ଼, କୋଏମ୍ବାଟୁର ଓ ପାଲଘାଟକୁ ବନ୍ଦର ସଂଯୋଗ ଯୋଗାଇ ପାରିଛି । ଭାରତୀୟ ରେଳବାଇ ପକ୍ଷରୁ ସୌରଶକ୍ତି ଉତ୍ପାଦନ ବୃଦ୍ଧି ନିମନ୍ତେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି । ରେଳବାଇ ଏବେ ଘର ଛାତ ଉପରେ ସୌର ପ୍ୟାନେଲ ଡେଭଲପର ମଡ଼େଲ ଖଞ୍ଜି ୫୦୦ ମେଗାୱାଟ ଶକ୍ତି ଉତ୍ପାଦନ ଦିଗରେ କାର୍ଯ୍ୟ କରୁଛି । ଏପର୍ଯ୍ୟନ୍ତ ବିଭିନ୍ନ ରେଳ କାର୍ଯ୍ୟାଳୟ ଓ ଦେଶର ୯୦୦ଟି ଷ୍ଟେସନରେ ଛାତ ଉପରେ ସୌର ପ୍ୟାନେଲ ଖଞ୍ଜାଯାଇ ୧୦୦ମେଗାୱାଟ ସୌରଶକ୍ତି ଉତ୍ପାଦନ କରାଯାଇପାରିଛି । ସୌରଶକ୍ତି ଉତ୍ପାଦନ ପ୍ଲାଣ୍ଟ ଯାହାର ମିଳିତ କ୍ଷମତା ୪୦୦ ମେଗାୱାଟ ଉତ୍ପାଦନକ୍ଷମ ହେବ ତାହା ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ରହିଛି ଏବଂ ସମ୍ପୂର୍ଣ୍ଣ ହେବାର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଅଛି । ୨୦୧୨ ମସିହା ଡିସେମ୍ବର ସୁଦ୍ଧା ୨୪୫ ମେଗାୱାଟ ଶକ୍ତି ଉତ୍ପାଦନକ୍ଷମ ସେହିସବୁ ପ୍ଲାଣ୍ଟ ଗୁଡ଼ିକ ସମ୍ପୂର୍ଣ୍ଣ କରାଯିବା ସକାଶେ ଏବେସୁଦ୍ଧା ଟେଣ୍ଡର ପ୍ରଦାନ କରାଯାଇ ସାରିଛି । ଏହା ବ୍ୟତୀତ, ଭାରତୀୟ ରେଳବାଇ ଭୂମିଭିତ୍ତିକ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ ଦିଗରେ ମଧ୍ୟ ପ୍ରୟାସ ଜାରି ରଖିଛି । ଏହା ରେଳ ଚଳାଚଳ ପାଇଁ ଆବଶ୍ୟକ ବିଜୁଳି ଚାହିଦା ପୂରଣ ହୋଇପାରିବ । ଭାରତୀୟ ରେଳବାଇ ନିକଟରେ ୫୧,୦୦୦ ହେକ୍ଟର ଭୂମି ରହିଛି ଯେଉଁଥିରେ ୨୦ଗିଗାୱାଟ ଭୂମିଭିତ୍ତିକ ସୌରଶକ୍ତି କେନ୍ଦ୍ର ସ୍ଥାପନ ସାମର୍ଥ୍ୟକୁ ସାକାର କରାଯାଇପାରିବ । ଏହି ସୌର କେନ୍ଦ୍ରଗୁଡ଼ିକର ଉତ୍ପାଦିତ ବିଜୁଳି ଶକ୍ତି କେନ୍ଦ୍ରୀୟ/ରାଜ୍ୟର ୨୫ କେଭି ଏସି ଟ୍ରାକସନ୍ ବ୍ୟବସ୍ଥା ଗ୍ରୀଡ଼କୁ ପ୍ରତ୍ୟକ୍ଷ ଭାବେ ଯୋଗାଇ ଦିଆଯାଇପାରିବ । ରେଳବାଇ ଶକ୍ତି ପରିଚାଳନା କମ୍ପାନୀ ଲିମିଟେଡ଼ ଆରଇଏମସିଏଲ, ଯାହାକି ଭାରତୀୟ ରେଳବାଇ ୪୯% ଇକ୍ୟୁଟି ଏବଂ ରାଇଟ୍ସ ଲିମିଟେଡ଼ ୫୧% ଇକ୍ୟୁଟିର ମିଳିତ ଉଦ୍ୟମ ଭାବେ କାର୍ଯ୍ୟକାରୀ ହେଉଛି ତାହା କାର୍ଯ୍ୟକ୍ଷମ ହେଲେ ଭୂମିଭିତ୍ତିକ ସୌରଶକ୍ତି ଉତ୍ପାଦନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବ । ମଧ୍ୟପ୍ରଦେଶର ବୀନା ଠାରେ ୧.୭ ମେଗାୱାଟର ଏକ ପ୍ରକଳ୍ପ ଏବେ ଭାରତ ହେଭୀ ଇଲେକ୍ଟ୍ରିକାଲ୍ସ ଲିମିଟେଡ଼ ଭେଲ ସହଯୋଗରେ ସ୍ଥାପନ କରାଯାଇଛି ଏବଂ ଏବେ ତାହାକୁ ବ୍ୟାପକ ମାତ୍ରାରେ ପରୀକ୍ଷା କରାଯାଉଛି । ଏହା ବିଶ୍ୱର ଏହି ଧରଣର ଏକମାତ୍ର ସୌରଶକ୍ତି ଉତ୍ପାଦନ କେନ୍ଦ୍ର ଭାବେ ପରିଚିତ ହେବ । ପ୍ରାରମ୍ଭିକ ଭାବେ ଭୂମିଭିତ୍ତିକ ସୌର ପ୍ରକଳ୍ପ ସକାଶେ ଭାରତୀୟ ରେଳବାଇ ତିନି ପର୍ଯ୍ୟାୟରେ ୩ ଗିଗାୱାଟ ସୌର ପ୍ରକଳ୍ପ କାର୍ଯ୍ୟକାରୀ କରାଉଛି । ଏହାର ପ୍ରଥମ ପର୍ଯ୍ୟାୟରେ ଡେଭଲପର ମଡ଼େଲରେ ଏପ୍ରିଲ ୨୯, ୨୦୨୦ ତାରିଖ ଦିନ ଏଥିପାଇଁ ଟେଣ୍ଡର ମଗାଯାଇଛି । ଏହାର କ୍ଷମତା ୧.୬ ଜିଗାୱାଟ ହେବ ଯାହାକି ରେଳବାଇ ଜମିରେ ନିର୍ମିତ ହେବ ଏବଂ ତାହା ରାଜ୍ୟମାନଙ୍କ ପାଇଁ ଉନ୍ମୁକ୍ତ ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ୪୦୦ ମେଗାୱାଟ କ୍ଷମତା ବିଶିଷ୍ଟ ତଥା ରେଳବାଇ ପ୍ଲଟରେ ଏକ ସୌରଶକ୍ତି ପ୍ଲାଣ୍ଟର ବିକାଶ ଘଟାଯିବ ଯେଉଁଥିରେ ରାଜ୍ୟମାନଙ୍କର ପ୍ରବେଶ ରହିବନାହିଁ । ଏହା ଆରଇଏମସିଏଲ କ୍ୟାପ୍ଟିଭ୍ ବ୍ୟବହାର ମାଲିକାନା ମଡ଼େଲରେ ନିର୍ମାଣ କରାଯିବ । ତୃତୀୟ ପର୍ଯ୍ୟାୟରେ ୧ ଜିଗାୱାଟ କ୍ଷମତା ବିଶିଷ୍ଟ ରେଳବାଇ ପ୍ଲଟରେ ନିର୍ମିତ ଏହି ପ୍ଲାଣ୍ଟ ନିର୍ମାଣ କରାଯିବାର କାର୍ଯ୍ୟକ୍ରମ ରହିଛି ଏବଂ ଏହାକୁ ଡେଭଲପର ମଡ଼େଲରେ କାର୍ଯ୍ୟକ୍ଷମ କରାଯିବ ଏବଂ ଏହାପାଇଁ ରାଜ୍ୟମାନଙ୍କର ପ୍ରବେଶ ମୁକ୍ତ ରଖାଯିବ । ଏଥିପାଇଁ ଜୁଲାଇ ୧, ୨୦୨୦ତାରିଖରେ ଟେଣ୍ଡର ଆହ୍ୱାନ କରାଯାଇଛି । ସେହିଭଳି ପବନଚାଳିତ ବିଦ୍ୟୁତଶକ୍ତି ଉତ୍ପାଦନ କ୍ଷେତ୍ରରେ ୧୦୩ ମେଗାୱାଟ ପବନଚାଳିତ ଶକ୍ତି ପ୍ଲାଣ୍ଟଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇଛି । ସେଥି ମଧ୍ୟରେ ରାଜସ୍ଥାନର ଜୈସେଲମାରରେ ୨୬ ମେଗାୱାଟର ଏକ ପ୍ଲାଣ୍ଟ, ତାମିଲନାଡ଼ୁରେ ୨୨୧ ମେଗାୱାଟ କ୍ଷମତାବିଶିଷ୍ଟ ଏକ ପ୍ଲାଣ୍ଟ ଏବଂ ମହାରାଷ୍ଟ୍ରର ସାଙ୍ଗଲୀଠାରେ ୫୬.୧ ମେଗାୱାଟ କ୍ଷମତାବିଶିଷ୍ଟ ଅନ୍ୟ ଏକ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଭାରତୀୟ ରେଳବାଇ ଆଗାମୀ ଦୁଇ ବର୍ଷ ଭିତରେ ତାମିଲନାଡ଼ୁ, ଗୁଜରାଟ, ରାଜସ୍ଥାନ ଓ କର୍ଣ୍ଣାଟକରେ ୨୦୦ ମେଗାୱାଟ ବାୟୁଶକ୍ତିରୁ ବିଜୁଳି ଉତ୍ପାଦନକ୍ଷମ ପ୍ଲାଣ୍ଟ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ସ୍ମରଣ ରଖି ଭାରତୀୟ ରେଳବାଇ ପକ୍ଷରୁ ଅନ୍ୟାନ୍ୟ ଅନେକ ଗ୍ରୀନ ଉପକ୍ରମମାନ ଆରମ୍ଭ କରାଯାଇଛି । ସେଥି ମଧ୍ୟରେ ୧୦୦ ପ୍ରତିଶତ ରେଳବାଇ କାର୍ଯ୍ୟାଳୟ ବିଲଡ଼ିଂ ଓ ଷ୍ଟେସନ୍ ଏଲଇଡ଼ି ବିଦ୍ୟୁତିକରଣ ସାମିଲ । ଭାରତୀୟ ରେଳବାଇ ସିଆଇଆଇଆଇ ଠାରୁ ୭ଟି ଉତ୍ପାଦନ ୟୁନିଟ୍ ପିୟୁ , ୩୯ଟି ୱାକସପ୍ ୬ଟି ଡ଼ିଜେଲ ସେଡ଼ ଏବଂ ଗୋଟିଏ ଷ୍ଟୋର ଡ଼ିପୋ ପାଇଁ ଗ୍ରୀନ୍ ସାର୍ଟିଫିକେସନ୍ ହାସଲ କରିସାରିଛି । ୧୪ଟି ରେଳ ଷ୍ଟେସନ ଓ ୨୧ଟି ଅନ୍ୟାନ୍ୟ ବିଲଡ଼ିଂ/ କ୍ୟାମ୍ପସକୁ ମଧ୍ୟ ଗ୍ରୀନ ସାଟିଫିକେଟ୍ ମିଳିସାରିଛି । ଏହା ବ୍ୟତୀତ ୨୧୫ଟି ଷ୍ଟେସନକୁ ପର୍ଯ୍ୟାବରଣ ପରିଚାଳନା ବ୍ୟବସ୍ଥା ଇଏମଏସ/ଆଇଏସଓ ୧୪୦୦୧ ସାର୍ଟିଫିକେଟ୍ ପ୍ରାପ୍ତ ହୋଇଛି । ଏଯାବତ୍ ୫୦୫ ଯୋଡ଼ା ଟ୍ରେନକୁ ହେଡ଼୍ ଅନ୍ ଜେନେସେନ ଏଚଓଜିକୁ ବଦଳାଯାଇ ସାରିଛି ଯାହା ଫଳରେ ବର୍ଷକୁ ୭୦ ନିୟୁତ ଲିଟର/ ୪୫୦ କୋଟି ଟଙ୍କା ମୂଲ୍ୟର ସଞ୍ଚୟ କରାଯାଇ ପାରୁଛି। ସମସ୍ତ ୮ଟି ଯାକ ଉତ୍ପାଦନ ୟୁନିଟ୍ ଏବଂ ୧୨ଟି ୱାର୍କସପର ଶକ୍ତି ସକ୍ଷମ ଅଧ୍ୟୟନ ସମ୍ପୂର୍ଣ୍ଣ କରାଯାଇଛି । ଏଥିପାଇଁ ସିଆଇଆଇ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ଯାହା ଫଳରେ ୧୫% ଶକ୍ତି ସକ୍ରିୟତା ହାସଲ କରାଯାଇପାରିଛି । ସବୁଜିମା ପ୍ରୟାସ ଉପକ୍ରମରେ ଏବେ ସୁଦ୍ଧା ମୋଟ ଭାରତୀୟ ରେଳବାଇର ୬୯,୦୦୦ କୋଚରେ ୨,୪୪,୦୦୦ ବାୟୋ ଶୌଚାଗାର ଖଞ୍ଜାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ