ଗ୍ୟାସ୍ ଟାଙ୍କି ଫାଟି ସ୍ତ୍ରୀ ଜୀବନ୍ତ ଦଗ୍ଧ, ସ୍ୱାମୀ ଗୁରୁତର
ଭୁବନେଶ୍ୱର: ରୋଷେଇ ଗ୍ୟାସ୍ ଟାଙ୍କି ଫାଟି ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି। ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଥାନା ରାଣୀପଡ଼ା ପଞ୍ଚାୟତ ବିରିଡ଼ିହି ଗାଁରେ। ମୃତ ମହିଳାଙ୍କ ନାଁ ମିଞ୍ଜା ଜେନା। ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା। ତାଙ୍କ ସ୍ୱାମୀଙ୍କ ନାଁ ସିଲୁ ଜେନା। ସିଲୁଙ୍କ ଅବସ୍ଥା ଗୁରୁତର ରହିଛି। ନିଆଁ ସଂସ୍ପର୍ଶରେ ଆସି ସେ ପୋଡ଼ି ହୋଇଛନ୍ତି। ତାଙ୍କୁ ପ୍ରଥମେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।


