ଘଟଗାଁ ବିଡିଓଙ୍କ ପାଖରେ ସମୟ ନାହିଁ ସାଧାରଣ ଲୋକଙ୍କ ପାଇଁ !
ଘଟଗାଁ,(ନାରାୟଣ ପଲାଇ):କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଉନ୍ନୟନ ଅଧିକାରୀ ନାରାୟଣ ସାହୁ ଏବେ ଚର୍ଚ୍ଚାରେ । ବଡ ଲୋକିଆଙ୍କୁ ଭଲ ବ୍ୟବହାର, ମଳିମୁଣ୍ଡିଆଙ୍କୁ ଦୁର୍ବ୍ୟବହାର କରୁଛନ୍ତି ଘଟଗାଁ ବ୍ଲକ୍ ଉନ୍ନୟନ ଅଧିକାରୀ ନାରାୟଣ ସାହୁ । ଯାହାକୁ ନେଇ ସାଧାରଣରେ ଅଷନ୍ତୋଷ ଦେଖାଦେଇଛି । ବିଶେଷ କରି ଗରିବ ଲୋକ ମାନେ ବିଡିଓଙ୍କ କାର୍ଯ୍ୟାଳୟ ଭିତରକୁ ଯିବାକୁ ଭୟ କରୁଛନ୍ତି । କଥା କହିବା ଆଗରୁ ପ୍ରଶ୍ନ କରିବା ଆରମ୍ଭ କରିଦେଉଛନ୍ତି ବିଡିଓ ସାର୍ । ମୋଟାମୋଟି ଭାବେ କହିବାକୁ ଗଲେ ବିଡିଓ ମହାଶୟଙ୍କ ପାଖରେ ସମୟ ନାହିଁ ସାଧାରଣ ଲୋକଙ୍କ କଥା ଶୁଣିବା ପାଇଁ । ଘଟଗାଁ ବ୍ଲକ୍ ଆରମ୍ଭ ହେବା ଦିନଠାରୁ ଘଟଗାଁ ବ୍ଲକ୍କୁ ଅନେକ ବିଡିଓ ଆସିଛନ୍ତି ଏବଂ ଅନେକ ବିଡିଓ ଯାଇଛନ୍ତି । କିଛି ବିଡିଓ ଭଲ କାର୍ଯ୍ୟକରି ଚର୍ଚ୍ଚାର ପାତ୍ର ହୋଇଥାନ୍ତି କିଛି ବିଡିଓ ଖରାପ କାର୍ଯ୍ୟକରି ଚର୍ଚ୍ଚାର ପାତ୍ର ହୋଇ ଏଠାରୁ ଯାଇସାରିଛନ୍ତି । କିନ୍ତୁ ବର୍ତମାନର ବିଡିଓ ମହାଶୟଙ୍କ କାର୍ଯ୍ୟ ଓ ବ୍ୟବହାର ଲୋକଙ୍କୁ କଥା କହିବା ପାଇଁ ସୁଯୋଗ ଦେଉନାହିଁ । ବିଡିଓ ମହାଶୟ ନିଜ କାର୍ଯ୍ୟରେ ଏତେ ମାତ୍ରାରେ ବ୍ୟସ୍ତ ରହୁଛନ୍ତି ଯେ ତାଙ୍କୁ ସାଧାରଣ ଲୋକ କୌଣସି ଅଭିଯୋଗ ନେଇ ଆସିଲେ ତାଙ୍କୁ ଅଣଦେଖା କରିବା ସହିତ ଏପଟ୍ ସେପଟ୍, ବୁଲେଇ ବାଙ୍କେଇ କଥା କହି ଅଡୁଆରେ ପକେଇ ଦେଉଛନ୍ତି, ଯାହାଫଳରେ ଜଣେ ଗରିବ ଲୋକ କିଛି କହିନପାରି ଚୁପ୍ ହୋଇ ରହୁଛି । ସେହି ଚୁପ୍ ରହିବାର ଫାଇଦା ଉଠାଇବାକୁ ଯାଇ ବିଡିଓ ମହାଶୟ କହୁଛନ୍ତି ମୋତେ ମୋ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଆସିଛ କି । ଏଭଳି ଅନେକ୍ କଥା କହିଯାଉଥିବା ଲୋକେ ପାଖରୁ ଶୁଣିବାକୁ ମିଳୁଛି । ଯାହାଫଳରେ ଜଣେ ସାଧାରଣ ଲୋକ କୌଣସି କାମରେ ଯାଇଥିଲେ ମଧ୍ୟ ମନ ଦୁଃଖରେ ଘରକୁ ଫେରିଯାଉଥିବା ଦେଖିବାକୁ ମିଳୁଛି । ଆହୁରି ମଧ୍ୟ ବିଡିଓ ମହାଶୟଙ୍କ ଚ୍ୟାମ୍ବରକୁ ଯଦି କୌଣସି ବଡ ଘରର ଲୋକ କିମ୍ବା ଜଣାଶୁଣା ଲୋକ ଯାଉଛନ୍ତି । ତାଙ୍କୁ ଆଜ୍ଞା ବସନ୍ତୁ କହି ସମ୍ମାନରେ ପୋତି ପକାଉଛନ୍ତି । କିନ୍ତୁ ଜଣେ ସାଧାରଣ ଗରିବ ଲୋକ କୌଣସି କାମ ପାଇଁ ତାଙ୍କ ଚ୍ୟାମ୍ବରକୁ ଗଲେ ଆଜ୍ଞା ଆପଣ ତ କହିବା ଦୂରର କଥା ତାଙ୍କୁ ବସିବାକୁ ମଧ୍ୟ କହୁନଥିବା ଦେଖିବାକୁ ମିଳୁଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କି, ବିଡିଓ ସାର୍ଙ୍କର ଟେବୁଲ୍ ସାମ୍ନାରେ ପଡିଥିବା ୪ ରୁ ୫ଟି ଚେୟାର କେବଳ ଭିଆଇପି ମାନଙ୍କ ପାଇଁ କି ? ନାଁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ? । ସବୁଠାରୁ ଆଶ୍ଚର୍ଯ୍ୟର କଥା ବିଡିଓ ମହାଶୟ କଥା କଥାକେ ମୋର ସମୟ ବରବାଦ୍ କରୁଛ ବୋଲି କହିଥାନ୍ତି ବୋଲି ସାଧାରଣ ଲୋକଙ୍କ ପାଖରୁ ଶୁଣିବାକୁ ମିଳୁଛି । ତେବେ ବିଡିଓ ମହାଶୟଙ୍କ ପାଖରେ ଯଦି ସାଧାରଣ ଲୋକଙ୍କ କଥା ବୁଝିବାକୁ କିମ୍ବା ଶୁଣୀବାକୁ ସମୟ ନାହିଁ ତେବେ ବିଡିଓ ମହାଶୟ ସମୟ କାହାକୁ ଦେଉଛନ୍ତି, ବଡ ବଡୁଆ ଲୋକଙ୍କୁ ନା ନେତା ମନ୍ତ୍ରୀଙ୍କୁ ସମୟ ଦେଉଛନ୍ତି ବୋଲି ବିଭିନ୍ନ ବୁଦ୍ଧିଜିବି ମହଲରେ ଚର୍ଚ୍ଚା ଜୋର୍ ଧରିଛି । କେହି କେହି ବିଡିଓ ମହାଶୟ ସାଧାରଣ ଲୋକଙ୍କ ପାଇଁ କାମ କରୁ ନାହାନ୍ତି ସିଧାସଳଖ ବଡ ବଡୁଆ ଓ ନେତା ମନ୍ତ୍ରୀଙ୍କ ପାଇଁ କାମ କରୁଥିବା ଉତ୍ୟକ୍ତ ହୋଇ କହୁଛନ୍ତି । ଆହୁରୀ ମଧ୍ୟ ବିନା ମାସ୍କରେ କୌନସି ଗରିବ ସାଧାରଣ ଲୋକ ସାର୍ଙ୍କ ଚ୍ୟାମ୍ବରକୁ ଗଲା ସାର୍ ତାଙ୍କୁ ମାସ୍କ ପିନ୍ଧନ୍ତୁ ଓ ମାସ୍କ ନପଡିନ୍ଧିଲେ ୫୦୦ ଫାଇନ୍ କରିଦେବି କହିବା ସହିତ ଅନେକ କଥା ତାଙ୍କୁ ଆକ୍ଷେପ କରି କହୁଛନ୍ତି । କିନ୍ତୁ ତାଙ୍କ ଅଫିସ୍ର କୌଣସି ଷ୍ଟାପ୍ ଯଦି ବିନା ମାସ୍କରେ ତାଙ୍କ ଚ୍ୟାମ୍ବରକୁ ଆସି ତାଙ୍କ ପାଖରେ ବସି କାର୍ଯ୍ୟ କରୁଛି, ତାଙ୍କ ପାଇଁ ସାର୍ଙ୍କ ପାଟିରୁ ପଦୁଟିଏ ବି ବାହାରୁନି । ଏହିଭଳି ଅନେକ୍ ଲୋକ ସାର୍ଙ୍କୁ ଚଳିତ ବର୍ଷ ଘଟଗାଁ ବ୍ଲକ୍ର ଅନେକ୍ ସ୍ଥାନରେ ମନରେଗା କାମରେ ମେସିନ୍ ଲଗାଇ କାମ ହେଉଛି, ସାଧାରଣ ଲୋକେ କାମ ପାଉ ନାହାନ୍ତି, ଆପଣ ଏଥିପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ କହିଲେ । ବିଡିଓ ସାର୍ ଦୃଷ୍ଠି ଦେବାତ ଦୁରର କଥା କେବଳ ହଁ ଦେଖିବାର ଉତର ମଧ୍ୟ ଦେଇନଥାନ୍ତି ବୋଲି ଲୋକେ ପ୍ରକାଶ କରିଛନ୍ତି । ତେବେ ସେ ସବୁ କାମରୁ ବିଡିଓ ମହାଶୟଙ୍କ ପାଖକୁ ମୋଟା ଅଙ୍କର ହାତ ଗୁଞା ଆସେ ବୋଲି ବିଶେଷ ସୁତ୍ରରୁ ଶୁଣିବାକୁ ମିଳୁଛି । ଯାହାପଳରେ ଘଟଗାଁ ଅଂଚଳବାସୀଙ୍କର ବିଡିଓ ମହାଶୟଙ୍କ କାର୍ଯ୍ୟ ଉପରେ ସନ୍ଦେହ କରୁଥିବା ଅନେକ ସ୍ଥାନରେ ଚର୍ଚ୍ଚା ହେଉଛି । ତାସହିତ ବିତଗ କିଛି ସପ୍ତାହ ହେବ ଆମ ପ୍ରତିନିଧି ଘଟଗାଁ ବ୍ଲକ୍ର ଅନେକ ଗାଁକୁ ଖବର ସଂଗ୍ରହ କରିବା ପାଇଁ ଯାଇ ଅନେକ ସମସ୍ୟା ଦେଖିବାକୁ ପାଇଛନ୍ତି । ସମସ୍ୟା ସମ୍ବନ୍ଧରେ ଆମ ପ୍ରତିନିଧି ସାଧାରଣ ଲୋକଙ୍କୁ ପଚାରିଥିଲେ । ସମସ୍ତଙ୍କ ପାଖରେ କେବଳ ଗୋଟିଏ ଉତର, ଆଜ୍ଞା କେତେଥର କହିବୁ ବିଡିଓ ସାର୍ଙ୍କୁ କହି କହି ଥକି ଗଲୁଣି କିନ୍ତୁ କିଛି ସୁବିଧା ହେଇପାରୁନାହିଁ । ତେବେ ବିଡିଓ ନାରାୟଣ ସାହୁଙ୍କର ଯଦି ଏଭଳି ସାଧାରଣ ଗରିବ ଲୋକଙ୍କ ପ୍ରତି ଅନ୍ୟାୟ ଓ ଦୁର୍ବ୍ୟବହାର ବଢିଚାଲେ, ତେବେ ଆଗାମୀ ଦିନରେ ଘଟଗାଁ ଅଂଚଳବାସୀ ବିଡିଓ ମହାଶୟଙ୍କର ଦାବି କରିବା ସହିତ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନି ଦେଇଛନ୍ତି ।


