ଘରକୁ ଘର ବୁଲି ନିର୍ବାଚନ ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ପଞ୍ଚାୟତରେ ବିଷ୍ଣୁଦାସପୁର, ଡିହ ମୁଗୁବାଡି, କୁତୁରଙ୍ଗ, ବିଲ ମୁଗବାଡି ପ୍ରଭୃତି ଗ୍ରାମ ଗୁଡିକର ଘରକୁ ଘର ବୁଲି ସରପଞ୍ଚ ପ୍ରାର୍ଥୀ ଯୁବନେତା ନରୋତ୍ତମ ମଲିକ ତାଙ୍କର ନିର୍ବାଚନ ପ୍ରଚାର କାର୍ଯ୍ୟ ଚଳାଇଥିବା ଦେଖିବାକୁ ମିଳିଛି । ସେହି ପଞ୍ଚାୟତରେ ସରପଞ୍ଚ ଥିବା ତାଙ୍କ ପତ୍ନୀ ସୀତାସୁନ୍ଦରୀ ମଲିକଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ମୁଦ୍ଦା କରି ସେ ଏହି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେହି ପଞ୍ଚାୟତରେ ପତ୍ନୀ ସୀତାସୁନ୍ଦରୀ ମଲିକଙ୍କ ଦ୍ୱାରା ୫-ଟି ସ୍କୁଲ ଗୃହ ନିର୍ମାଣ, ଭଲି ଟ୍ରାକ ଓ ବାଡମିଣ୍ଟନ ଟ୍ରାକ ନିର୍ମାଣ, ପ୍ରତି ଗ୍ରାମକୁ ଟାଇଲ ରାସ୍ତା, ପ୍ରତି ଗ୍ରାମକୁ ଆଲୋକୀକରଣ, ମଦନମୋହନ ହାଇସ୍କୁଲର ଉନ୍ନତିକରଣ, କୁତୁରଙ୍ଗ ପଞ୍ଚାୟତ ହାଇସ୍କୁଲକୁ ୫-ଟି ଯୋଜନାରେ ସାମିଲ, ପଲ୍ଲୀଶିକ୍ଷା ଶ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ, ବିଷ୍ଣୁଦାସପୁର ପ୍ରାଥମିକ ବିଦ୍ୟାଳୟକୁ ସ୍ମାର୍ଟ କ୍ଲାସ କରାଯିବା, ବିଷ୍ଣୁଦାସପୁର, ବିଲ ମୁଗବାଡି ଓ ଡିହ ମୁଗବାଡି ଅଙ୍ଗନୱାଡି କେନ୍ଦ୍ରର ସୈାନ୍ଧର୍ଯ୍ୟକରଣ, ବିଷ୍ଣୁଦାସପୁର ପ୍ରାଥମିକ ସ୍କୁଲର ପାଚେରୀ ନିର୍ମାଣ, ବିଷ୍ଣୁଦାସପୁର ଓ କୁତୁରଙ୍ଗ ଗ୍ରାମରେ ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ନିର୍ମାଣାଧିନ, ବିଲମୁଗ ବାଡିରେ ନୂତନ ପାଠାଗାର ନିର୍ମାଣ, ମନରେଗାରେ ଆମ ଗାଁ ଚାନ୍ଦିନୀ ନିର୍ମାଣ, ଗ୍ରାମୀଣ ପାର୍କ ନିର୍ମାଣ, କୁତରଙ୍ଗ ଗ୍ରାମରେ କଲଭଟ ନିର୍ମାଣ ଏବଂ ଟାଇଲ୍ ରାସ୍ତା ନିର୍ମାଣ, ଖେଳ ପଡିଆ ଓ ରାସ୍ତାଘାଟ ନିର୍ମାଣ ଭଳି ଉନ୍ନୟନ କାର୍ଯ୍ୟ ହୋଇଛି । ଆଗାମୀ ଦିନରେ ପଞ୍ଚାୟତରେ ଆହୁରି ବିକାଶ ମୂଳକ କାର୍ଯ୍ୟ କରାଯିବ ବୋଲି ଯୁବନେତା ନରୋତ୍ତମ ମଲିକ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଶ୍ରୀ ମଲିକ ପଞ୍ଚାୟତର ସାଧାରଣ ଜନତାଙ୍କ ସେବା କରିବାକୁ ପଞ୍ଚାୟତରେ ସରପଞ୍ଚ ପଦରେ ପ୍ରାର୍ଥୀ ହୋଇଥିବା କହିଛନ୍ତି । ବିଷ୍ଣୁଦାସପୁର ଗ୍ରାମରୁ କୁତୁରଙ୍ଗ ପଞ୍ଚାୟତକୁ ଗମନାଗମନର ସୁବିଧା ନିମନ୍ତେ ସେଢୁଆ ଜୋର ଉପରେ ଏକ ବିଜୁସେତୁ ନିର୍ମାଣ ଓ ସେହି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରାଯିବା ପାଇଁ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ କୁତୁରଙ୍ଗ ପଞ୍ଚାୟତ ଏକ ଆଦର୍ଶ ପଞ୍ଚାୟତରେ ପରିଣତ କରିବାକୁ ସେ ସଙ୍କଳ୍ପ ନେଇଛନ୍ତି । ବିଲମୁଗବାଡି ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ନିକଟରେ ଏକ ଆୟୁରବେଦିକ ଡିସପେନସାରୀ କରାଯିବାକୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ