ପୁଲୱାମା ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : -ସାମାଜିକ ଅନୁଷ୍ଠାନ ‘ଜୟ ରାଷ୍ଟ୍ର’ ପକ୍ଷରୁ ପୁଲୱାମା ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏହି ଉପଲକ୍ଷେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ସହୀଦମାନଙ୍କ ।ମର ଆତ୍ମାର ସଦଗତି କାମନା କରାଯାଇଥିଲା । ପୁଲୱାମା ସହୀଦଙ୍କ ବଳିଦାନ ଆଗାମୀ ଯୁବ ପିଢୀକୁ ରାଷ୍ଟ୍ରବାଦରେ ଅନୁପ୍ରାଣିତ କରିବ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ମାତୃଦତ୍ତ ମହାନ୍ତି, ବୀରେନ୍ଦ୍ର ଦାସ, ମଳୟ ସାହୁ, ରଶ୍ମୀରଞ୍ଜନ ସ୍ୱାଇଁ, ନିରଞ୍ଜନ ପରିଡା ପ୍ରମୁଖ ସାମ୍ବାଦିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ