ଘରପୋଡି କ୍ଷତିଗ୍ରସ୍ତ ଓ ମୃତକଙ୍କ ପରିବାରକୁ ବିଧାୟକଙ୍କ ଆର୍ଥିକ ସହାୟତା ପ୍ରଦାନ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ନୂଆଁପଲ୍ଲୀ ଆଦିବାସୀ ଗ୍ରାମର ତିନି ଗୋଟି ଘରପୋଡି କ୍ଷତିଗ୍ରସ୍ତ ପରିବାରକୁ ରେଡକ୍ରସ ପାଣ୍ଠିରୁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବୁଧବାର ଦିନ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ କରଚୁଲି ପାଞ୍ଚାୟତର ଜେକ ଗ୍ରାମର ଜଣେ ବ୍ୟକ୍ତି ସୁରାଟରେ ମୃତ୍ୟୁ ବରଣ କରିଥିବା ବେଳେ ସେହି ପରିବାରକୁ ବିଧାୟକ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସମବେଦନା ଜଣାଇଛନ୍ତି । ଗତ ଅକ୍ଟୋବର ୩୦ ତାରିଖରେ ନୂଆଁପଲ୍ଲୀ ଗ୍ରାମର ତିନି ଆଦିବାସୀ ପରିବାରଙ୍କ ଘରପୋଡି ଯାଇ ଥିବା ବେଳେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଘଟଣା ସ୍ଥଳରେ ପହଞ୍ଚି ଜରି ପାଲ ପ୍ରଦାନ କରିବା ସହ ରନ୍ଧା ଖାଦ୍ୟ ଓ ବସ୍ତ୍ର ପ୍ରଭୃତି ପାଇଁ ୩୮୦୦ ଟଙ୍କା ପ୍ରଦାନ କରିଥିବା ବେଳେ ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ରେଡକ୍ରସ ପାଣ୍ଠିରୁ ପ୍ରତ୍ୟେକ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ମଞ୍ଜୁରି କରିଥିଲେ । ନଭେମ୍ବର ଚାରି ତାରିଖ ଦିନ ତହସିଲଦାର ଶ୍ରୀ ଜେନା ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତରେ ତିନି ଆଦିବାସୀ ପରିବାରରକୁ ୧୦ ହଜାର ଲେଖାଏଁ ଟଙ୍କାର ଚେକ ବିଧାୟକ ଶ୍ରୀ ସାହୁ ପ୍ରଦାନ କରିଥିଲେ । ସେହିପରି ଜେକ ଗ୍ରାମର ସୁରେନ୍ଦ୍ର କୁମାର ସେନାପତି ସୁରତକୁ କାମ କରିବାକୁ ଯାଇ ମୃତ୍ୟୁ ବରଣ କରିଥିବା ଖବର ପାଇ ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯେକୌଣସି ଗ୍ରାମର ଦଳ ମତ ନିର୍ବିଶେଷରେ କୌଣସି ବ୍ୟକ୍ତିଙ୍କ ଯଦି ଦୁର୍ଘଟଣା ଜନିତ ମୃତ୍ୟୁ ଘଟେ ତେବେ ସେହି ପରିବାର ନିକଟରେ ବିଧାୟକ ଶ୍ରୀ ସାହୁ ପହଞ୍ଚି ସମବେଦନା ଜଣାଇବା ସହ ଗରିବ ଲୋକଙ୍କୁ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ସେହିପରି ପ୍ରତ୍ୟେକ ଘରପୋଡି କ୍ଷତିଗ୍ରସ୍ତ ପରିବାରଙ୍କ ନିକଟରେ ପହଞ୍ଚି ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସାହାଯ୍ୟ ପାଇଁ ବ୍ୟବସ୍ଥା କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ