ତିନୋଟି ସାସ୍କୃତିକ ପ୍ରତିଷ୍ଠାନ ପକ୍ଷରୁ ମିଳିତ ଭାବେ ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ବୁଗୁଡା,(ଅନିଲ କୁମାର ମହାରଣା): ଦୁଇ ବିଶିଷ୍ଟ ବ୍ୟକ୍ତି, ସ୍ତମ୍ଭକାର ଡାକ୍ତର ଚନ୍ଦ୍ରମଣି ସ୍ଵାଇଁ ଓ ଗଳ୍ପ ଲେଖକ ପ୍ରଫେସର ଡ଼ଃ ହରିହର ଦାଶଙ୍କ ବିୟୋଗରେ ବୁଗୁଡ଼ାର “ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ”, ବାଲିପଦରର ସାସ୍କୃତିକ ପ୍ରତିଷ୍ଠାନ “ଉତ୍କଳିକା” ଓ ପିତଳର ” ଚନ୍ଦ୍ରିକା ସାହିତ୍ୟ ଏକାଡେମୀ” ର ମିଳିତ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଚିତ୍ରାନନ୍ଦ ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ଓ ଶ୍ରଦ୍ଧାଞ୍ଜଳି ସଭାରେ ଡ଼ଃ ବିଜୟ ଚନ୍ଦ୍ର ମହାରଣା, ଡାକ୍ତର ହୃଷିକେଶ ମାହାନ୍ତି, ତ୍ରିଲୋଚନ ପଣ୍ଡା, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ବୃନ୍ଦାବନ ବାଦତ୍ୟା, ରମେଶ ଚନ୍ଦ୍ର ସ୍ଵାଇଁ, ସୁଶାନ୍ତ କୁମାର କର, କାର୍ତ୍ତିକେଶ୍ୱର ପ୍ରଧାନ, ରଜନୀ କାନ୍ତ ପାଢ଼ୀ, ଇଂ. ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗ ଦେଇ ସର୍ବ ପ୍ରଥମେ ସ୍ୱର୍ଗତ ଡାକ୍ତର ସ୍ଵାଇଁ ଓ ସ୍ୱର୍ଗତ ପ୍ରଫେସର ଦାଶଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଦକ୍ଷିଣ ଓଡ଼ିଶାର ସାରସ୍ୱତ ସାଧକ ଡାକ୍ତର ସ୍ଵାଇଁ ଓ ପ୍ରଫେସର ଡ଼ଃ ଦାଶଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ବକ୍ତା ମାନେ ମତ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଅଜିତ କୁମାର ମୁନୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ