ଘରୁ ନକାରାତ୍ମକ ଶକ୍ତି ଦୂର କରେ ଲବଙ୍ଗ

ଲବଙ୍ଗକୁ ଏକ ପବିତ୍ର ଜିନିଷ ଭାବରେ ଗ୍ରହଣ କରାଯାଏ । ପୂଜାପାଠରେ ଲବଙ୍ଗର ଏକ ବିଶେଷ ମହତ୍ତ୍ୱ ରହିଛି । ଲବଙ୍ଗ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । ଏହା ସହିତ ଲବଙ୍ଗ ଘରୁ ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ ବୋଲି କୁହାଯାଏ । ତା’ହେଲେ ଚାଲନ୍ତୁ ଜାଣିବା ଘରୁ ନକାରାତ୍ମକ ଶକ୍ତି ଦୂର କରିବାକୁ ଏହାକୁ କେମିତି ବ୍ୟବହାର କରିବେ । ଶନିବାର କିମ୍ବା ରବିବାର ସନ୍ଧ୍ୟାରେ ୫ଟି ଲବଙ୍ଗ, ୩ଟି କର୍ପୂର ଓ ୩ଟି ଅଳେଇଚକୁ ଏକ ମାଟି ଅବା ପିତଳ ପାତ୍ରରେ ରଖି ସେ ଥିରେ ଅଗ୍ନି ସଂଯୋଗ କରନ୍ତୁ । ନିଆଁ ଜଳୁଥିବା ସମୟରେ ଏହାକୁ ଘରର ସବୁ ରୁମ୍ରେ ବୁଲାନ୍ତୁ । ଏହାପରେ ପାଉଁଶକୁ ମୁଖ୍ୟ ଦ୍ୱାରରେ ଖେଳେଇ ରଖନ୍ତୁ । ଆପଣ ଚାହିଁଲେ, ଲବଙ୍ଗ ପାଉଁଶରେ ପାଣି ମିଶାଇ ମଧ୍ୟ ଘରର ସମସ୍ତ ରୁମ୍ରେ ଛିଞ୍ଚିପାରିବେ । ଏହା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।ଶନିବାର ଦିନ ଏକ ତେଲ ଦୀପରେ ତିନି ଚାରୋଟି ଲବଙ୍ଗ ପକାଇ ସେଥିରେ ଅଗ୍ନି ସଂଯୋଗ କରନ୍ତୁ । ଏହାକୁ ଘରର ଏକ ଅନ୍ଧାର କୋଣରେ ରଖିଦିଅନ୍ତୁ । ଏହା ଘରୁ ନକାରାତ୍ମକ ଶକ୍ତି ଦୂର କରିଥାଏ । ଘରେ ସବୁବେଳେ ରୋଗବେମାର ଲାଗି ରହୁଥିଲେ, ତାକୁ ଦୂର କରିଥାଏ ।ଯଦି ଆପଣ ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି, ତେବେ ଲବଙ୍ଗ ଗଛ ଲଗାନ୍ତୁ ।କିଛି ଲବଙ୍ଗ ସର୍ବଦା ନିଜ ପର୍ସରେ ରଖନ୍ତୁ । ଏହାଦ୍ୱାରା ଅନେକ ଲାଭ ମିଳିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ