ଚିକେନ୍ଠାରୁ ବହୁ ଗୁଣରେ ସ୍ୱାଦିଷ୍ଟ ମୂଷା ପକୋଡ଼ା

ବଡ଼ ଚୁଲା । ଏହାରି ଉପରେ ଶହ ଶହ ସଂଖ୍ୟାରେ ମୃତ ମୂଷା । ମସଲା ଦିଆଯାଇଥିବା ମୂଷାଙ୍କୁ ଗରମ କରି ପ୍ରସ୍ତୁତ କରାଯାଏ ଏହି ମୂଷା ପକୋଡ଼ା । କଥାଟି ଆପଣଙ୍କୁ ଟିକେ ଅଜବ ଲାଗୁଥାଇପାରେ । କିନ୍ତୁ ଏକଥାଟି ଏକଦମ୍ ସତ । କାମ୍ବୋଡ଼ିଆରେ ଏହି ଖାଦ୍ୟର ଚାହିଦା କାହିଁରେ କ’ଣ । ଏଠାକାର େଲୋକ ଚିକେନ ଅପେକ୍ଷା ମୂଷା ପକୋଡ଼ାକୁ ଖାଇବାକୁ ପସନ୍ଦ କରିଥାନ୍ତି । ଲୋକଙ୍କର ବିଶ୍ୱାସ ରହିଛି ଚିକେନ ଅପେକ୍ଷା ଏଥିରେ ଅଧିକ ପ୍ରୋଟିନ ଥାଏ ଓ ଚିକେନଠାରୁ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ । କାମ୍ବୋଡିଆର ବଟମବଙ୍ଗ ଅଞ୍ଚଳରେ ଏହି ମୂଷାକୁ ପକୋଡ଼ା କରି ଖିଆଯାଇଥାଏ । ଟମାଟୋ ସସ ସହ ଲଙ୍କା ଚଟଣି ଲଗାଇ ପକୋଡାକୁ ଆଗ୍ରହର ସହ ଲୋକ ଖାଉଥିବାବେଳେ ଏଠାରେ କହିରଖୁଛୁ ଏହି ମୂଷା ଏକ ଭିନ୍ନ ଧରଣର । ଏହି ପ୍ରଜାତି ମୂଷାର ନାମ ବରବେକ୍ୟୁଡ଼ ଫିଲଡ ହୋଇଥିବାବେଳେ ମୂଷା ପିଛା ମୂଲ୍ୟ ୧ ଡଲାର ହୋଇଥାଏ । ୧୯୭୦ ମସିହାରୁ ଏଭଳି ଖାଦ୍ୟ ଖିଆଯାଉଥିବାର କିଛି ଲୋକ କହିଥିବାବେଳେ ବିଶେଷ କରି ଶ୍ରମିକ ବର୍ଗର ଲୋକ ଏହାକୁ ଖାଉଥିବାର ଦେଖିବାକୁ ମିଳେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ