ସଞ୍ଜିବନୀ ବିଦ୍ୟାମନ୍ଦିରରେ ମାତୃଭାଷା ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସଞ୍ଜିବନୀ ବିଦ୍ୟାମନ୍ଦିର ପରିସରରେ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଚିତ୍ତରଞ୍ଜନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବ୍ୟଙ୍ଗକବି ଓ ସାହିତ୍ୟିକ ଶ୍ରୀଧର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ମାତୃଭାଷାର ଗୁରୁତ୍ୱ ଉପରେ ଅଭିଭାଷଣ ରଖିଥିଲେ । ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଆଦର୍ଶ ବିଦ୍ୟାଳୟର ଓଡିଆ ବିଭାଗ ଶିକ୍ଷକ ଡଃ. ଅଭୟ କୁମାର ରାଉତ ଯୋଗଦେଇ ଗଙ୍ଗାଧର ମେହେର, ମଧୁବାବୁ, ନୀଳକଣ୍ଠ ଦାସ, ଗୋପବନ୍ଧୁ ଦାସ ପ୍ରମୁଖ ମହାପୁରୁଷଙ୍କ ଦ୍ୱାରା ଓଡିଆ ଭାଷାର ଉନ୍ନତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆଚାର୍ଯ୍ୟ ସଦାଶିବ ପଣ୍ଡିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗୀତାରେ ଅଷ୍ଟମ ଶ୍ରେଣୀ ସାୟନା ରାଉତ ପ୍ରଥମ, ୧୦ମଶ୍ରେଣୀର ତାପସ କୁମାର ପୃଷ୍ଟି ଦ୍ୱିତୀୟ, ଅଷ୍ଟମ ଶ୍ରେଣୀର ଗୈାତ୍ତମ ନାୟକ ତୃତୀୟ, ଚିତ୍ରାଙ୍କନରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ପ୍ରଥମ, ସ୍ୱୟଂପ୍ରଭା ରାଉତ ଦ୍ୱିତୀୟ, ରିୟା ମିଶ୍ର ତୃତୀୟ, ସଂଗୀତ ପ୍ରତିଯୋଗୀତାରେ ଅଙ୍କିତା ପ୍ରିୟଦର୍ଶିନୀ ପ୍ରଥମ, ସୁନନ୍ଦା ଶୁଭଦର୍ଶିନୀ ଗେରୁ ଦ୍ୱିତୀୟ, ଶୀତଲ ସୈାମ୍ୟା ନାୟକ ତୃତୀୟ ଓ ତର୍କ ପ୍ରତିଯୋଗୀତାରେ ଶୀତଲ ସୈାମ୍ୟା ନାୟକ ପ୍ରଥମ, ସତ୍ୟମ ପାଣିଗ୍ରାହୀ ଦ୍ୱିତୀୟ, ନିତୁଶ୍ରୀ ଦାସ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାମନ୍ଦିରର ଗୁରଜୀ ଗୁରୁମାମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ