ଘର ଜଳି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ଅଇଁଠା ବଣ ଅନୁସୂଚୀତ ଜାତି ଗ୍ରାମର ଏସ. ପାନ୍ତୁଲୁ ପରିବାର ଘରେ ସୋଇଥିବା ରାତ୍ରୀରେ ହଟାତ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ଫଳରେ ନିଆ ଲାଗି ହୋଇ ଲୁଗା, ପଟା, ଆସବାପତ୍ର, ପିଲାଙ୍କବହିପତ୍ର, ସାର୍ଟିଫିକେଟ ସମ୍ପୂର୍ଣ ଜଳି ପୋଡି ନଷ୍ଟ ହୋଇଅଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆକୁ ଆୟତ କରିଥିଲେ। ଖବର ପାଇ ,ସରପଞ୍ଚ, ମନୋଜ କୁମାର ବେହେରା,ସମିତି ସଭ୍ୟ ହଜାରିରାମ ବେହେରା, ମତ୍ସଜିବି ନେତା ଭୀମସେନ ବେହେରା, ପୁର୍ବତନ ଉପାଧ୍ୟକ୍ଷ ପ୍ରଭାକର ବେହେରା, ରମାକାନ୍ତ ନାହାକ, ଗଗନ ବେହେରା, କାଳିଆ ନାହାକ, ସନ୍ତୁନୁ ନାହାକ ସମେତ ପ୍ରକାଶ ନାହାକ ପହଞ୍ଚି ସହଯୋଗ କରିଥିଲେ। ଅନ୍ୟପଟେ ବ୍ରହ୍ମପୁର ବିପଦର ବନ୍ଧୁ , ଗ୍ରୀନପିସି କାର୍ଯ୍ୟକର୍ତ୍ତା ପହଞ୍ଚି ଲୁଗା, ପାଲ, ଚାଉଳ, ଡାଲି, ପିଲା ପିଲିଙ୍କ, ମହିଳା ଓ ପୁରୁଷଙ୍କ ପାଇଁ ଲୁଗା ସମସ୍ଥ ଖାଦ୍ୟ ଜିନିଷ ପ୍ରଦାନ କରିଥିଲେ ।


