ଘୁମୁସରର ସ୍ବର ପକ୍ଷରୁ ୧୩୬ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର

ବୁଗୁଡ଼ା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ‘ଘୁମୁସର ର ସ୍ବର’ ବାଲିପଦର ପକ୍ଷରୁ ୧୩୬ତମ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର ଇନ୍ଦୁ ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମକୁ ଖୋଳଖାଳି ଗ୍ରାମ ପଞ୍ଚାୟତ ସରପଞ୍ଚ ଉମାକାନ୍ତ ପାତ୍ର ଉଦଘାଟନ କରିଥିଲେ। ମୁଖ୍ଯ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ମୋତିଲାଲ ପତି, ସମ୍ମାନିତ ଅତିଥି ଭାବେ କବି ଅନନ୍ତ କର, ଡକ୍ଟର ବ୍ରଜକିଶୋର ପାଢ଼ୀ, ସର୍ଦ୍ଦାର ଲିଙ୍ଗରାଜ ଦାସ, ସମାଜସେବୀ ରୀନା ଚୌଧୁରୀ, ଦୂର୍ଗା ପ୍ରସାଦ ଦାସ, ଗୌରୀଶଙ୍କର ମିଶ୍ର ଓ ଭଞ୍ଜ ମାଟିର ସମ୍ପାଦକ କାମ ରାଜୁ ସାହାଣୀ ଯୋଗଦେଇ ଭଞ୍ଜ ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଅନୁଷ୍ଠିତ କବିତା ଆସରରେ କବି ରାମଚନ୍ଦ୍ର ସାହୁ, ସୁରେଶ ଚନ୍ଦ୍ର ପାଢ଼ୀ, ଧ୍ରୁବ ପାଣିଗ୍ରାହୀ, ରଘୁନାଥ ସାହୁ, ରାଜଗୋପାଳ ନାୟକ ପ୍ରମୁଖ କବିତା ପାଠ କରିଥିଲେ। ରାମଲୀଳା ଗାୟକ ପ୍ରଭାତ ରାଉତ ଓ ସାଥି, ଭାରତ ଲୀଳା ଗୁରୁ ପ୍ରମୋଦ କୁମାର ଦାସ, ଦକ୍ଷିଣୀ ବାଦକ ପିତବାସ ସାହୁ, ଚିତ୍ରଶିଳ୍ପୀ ବିନୋଦ ବିହାରୀ ପତିଙ୍କୁ ‘ଘୁମୁସର ର ସ୍ବର’ ପକ୍ଷରୁ ଉପଢ଼ୌକନ ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଖଲି ପରିଡା ଧନ୍ଯବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ