“ଘୁମୁସର ର ସ୍ବର” ପକ୍ଷରୁ ୧୧୬ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର

ବୁଗୁଡା, (ଅନିଲ କୁମାର ମହାରଣା):ଘୁମୁସରର ପବିତ୍ର ମାଟି ପ୍ରତାପ ଧନଞ୍ଜୟପୁର ଶାସନର ଧନଞ୍ଜୟ ପାଠାଗାର ପରିସରରେ “ଘୁମୁସର ର ସ୍ବର” ପକ୍ଷରୁ ୧୧୬ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ଲେଖକ ତଥା ଅଧିବକ୍ତା ସୋମନାଥ ନାୟକ ଏବଂ ସମ୍ମାନୀତ ଅତିଥି ଭାବେ କବି ସୁକୁମାର ବିଶ୍ବାଳ, ନେତାଜୀ ବିଷୋୟୀ, କବି ଅନନ୍ତ କର, ଗୌରୀ ଶଙ୍କର ମିଶ୍ର, ଆଧ୍ୟାପକ କାଳୁଚରଣ ନାୟକ, ଖଲିପରିଡା ଓ କୈଳାଶ ଚନ୍ଦ୍ର ପ୍ରଧାନ ପମୁଖ ଯୋଗଦେଇଥିଲେ। ଗଞ୍ଜାମର ଐତିହ୍ୟ ପରମ୍ପରା ଓ ସଂସ୍କୃତିର ଅତିଥି ବୃନ୍ଦ ପ୍ରକାଶ କରିଥିଲେ। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ଗାଳ୍ପିକ ତଥା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ରାଜନିତୀ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଡକ୍ଟର ଦାଶରଥି ଭୂୟାଁଙ୍କୁ ଘୁମୁସର ର ସ୍ବର ସମ୍ମାନରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ରାହ୍ଣଣ ଶାସନର ପାଞ୍ଚଜଣ ପଣ୍ଡିତ ମଧୂସୁଦନ ଷଢ଼ଙ୍ଗୀ, ଜବାହରଲାଲ୍ ଖାଡ‌ଙ୍ଗା, ଶିବ ପ୍ରସାଦ ରଥ, ସୁବାସ ଚନ୍ଦ୍ର ଷଢ‌ଙ୍ଗୀ, ଓ ସଦାଶିବ ଷଢ଼ଙ୍ଗୀଙ୍କୁ ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ଭଞ୍ଜବଂଶ ରାଜା ପ୍ରତାପ ଧନଞ୍ଜୟ ଭଞ୍ଜଙ୍କ ଦ୍ୱାରା ପ୍ରତାପ ଧନଞ୍ଜୟପୁର ଶାସନ ପ୍ରତିଷ୍ଠା କରିଥିଲେ। ମା’ଶାଙ୍କୁଳେଇ ପୀଠର ପବିତ୍ରତା ବିଷୟରେ ଡ଼.ଦାଶରଥି ଭୂୟାଁ ନିଜ ବକ୍ତବ୍ୟରେ ଭୂୟସି ପ୍ରଶଂସା କରିଥିଲେ। ଏହି ଅବସରରେ ବହୁ କବି ସ୍ୱରଚିତ କବିତା ପାଠ କଟିଥିଲେ। ଇ.ନୀଳାଞ୍ଚଳ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ