“ଘୁମୁସର ର ସ୍ୱର” ପକ୍ଷରୁ ଡଃ.କୁଳମଣି ଓଝା ସମ୍ବର୍ଦ୍ଧିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ୧୦୮ତମ ପୂର୍ଣ୍ଣିମା ଆସର ଅବସରରେ ବସନ୍ତ ଉତ୍ସବ ଅନୁଷ୍ଠିତ ହୋଇ ସାହିତ୍ୟ ଆଲୋଚନା, କବିତା ପାଠ ଚକ୍ର ଓ ସମ୍ବର୍ଦ୍ଧନା ସଭା ବାଲିପଦର ଅହଲ୍ୟାଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ ତଥା ବାଲିପଦର ମହୋତ୍ସବ କମିଟିର ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ରହ୍ମପୁର ମଣ୍ଡଳର ଉପ-ସଚିବ ଡକ୍ଟର କୁଳମଣି ଓଝା ଯୋଗ ଦେଇ ଲେଖକମାନେ ଉତ୍ତର ପିଢ଼ିକୁ ପ୍ରଭାବିତ କଲା ଭଳି ସାହିତ୍ୟ ସର୍ଜନା କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଆ ସାହିତ୍ୟ ଜଗତକୁ ଅବଦାନ ପାଇଁ ପ୍ରତିଷ୍ଠାନ ପକ୍ଷରୁ ବରିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ୍ ଡକ୍ଟର କୁଳମଣି ଓଝା ଙ୍କୁ “ଘୁମୁସର ର ସ୍ବର” ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ସାହିତ୍ୟିକ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ୍), ଅଧିବକ୍ତା ସୋମନାଥ ନାୟକ, ପ୍ରାକ୍ତନ ଅଧ୍ୟାପକ ସୁରେଶ ଚନ୍ଦ୍ର ତ୍ରିପାଠୀ , ଡ଼.ବ୍ରଜ କିଶୋର ପାଢ଼ୀ, ଭାସ୍କର ରାଉତ, କୈଳାଶ ଚନ୍ଦ୍ର ପ୍ରଧାନ, ଖଲି ପରିଡା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବରେ ମନୋଜ କୁମାର ପଟ୍ଟନାୟକ, କେ.ତିରୁମୁଲା ଆଚାରୀ, ସୁରେଶ ଚନ୍ଦ୍ର ପାଢ଼ୀ, ଧୃବ ପାଣିଗ୍ରାହୀ, ଇ.ବାଳକୃଷ୍ଣ ଦୋରା, ଅଧ୍ୟାପିକା ନଳିନୀ ପ୍ରଭା ଦାସ, ଗୀତାଶ୍ରୀ ସାମନ୍ତ, ପ୍ରମିଳା ବେହେରା, ବୃନ୍ଦାବନ ମହାନ୍ତି ପ୍ରମୁଖ ନିଜ ନିଜ କବିତା ପାଠ କରିଥିଲେ। ଶେଷରେ ଇ.ନିଳାଞ୍ଚଳ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ