ଘୋଷରାପଦା ଦୋଳ ମେଳନ ୨୫ରେ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତର ଘୋଷରାପଦା ଠାରେ ମାର୍ଚ୍ଚ ୨୫ତାରିଖରେ ହେବାକୁ ଥିବା ଦୋଳଯାତ୍ରା ପାଇଁ ପ୍ରସ୍ୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଶିର କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବାସୁଦେବ ଜେନା, ବୁଦ୍ଧଦେବ ଦାସ, ନରହରି ପାତ୍ର, ମକରଧ୍ୱଜ ଜେନା, ଗଣେଶ୍ୱର ବାରିକ, ଗଗନ ବେହେରା, କରୁଣାକର ବାରିକ, ଛବିନ୍ଦ୍ର ବାରିକ, ରବିନ୍ଦ୍ର ରାଉଳ, ସୁରେନ୍ଦ୍ର ବେହେରା, କାଳନ୍ଦୀ ଜେନା, ଲକ୍ଷ୍ମଣ ଜେନା, ନିରାକାର ବେହେରା, ଭାଗ୍ୟଧର ବେହେରା ପ୍ରମୁଖ ଯୋଗଦେଇ ଦୋଳଯାତ୍ରାକୁ ସରଶ ସୁନ୍ଦର କରିବା ଉପରେ ଆଲୋଚନା କରିଥିଲେ । ଚଳିତବର୍ଷ ମାର୍ଚ୍ଚ୨୫ତାରିଖ ସନ୍ଧ୍ୟାରେ ସତ୍ୟନାରାୟଣ ପାଲା, ଭଜନସନ୍ଧ୍ୟା, ଆଦି ଅନୁଷ୍ଠିତ ହେବାପରେ ରାତିରେ ଗୋପ, ହାଟଡିହି, ଅକରୁଆ, ଚୋରଗଡିଆ, ରଗୁଡି, ଘୋଷରାପଦା, ଶିବନାରାୟଣପୁର, ଅଣା ଆଦି ଗ୍ରାମରୁ ଦୋଳ ବିମାନ ଗୁଡିକ ଆସିବାକୁ ଥିବାବେଳେ ରାତିରେ ବାଣ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା । ଦୋଳଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବା ଉପରେ ସଦସ୍ୟମାନେ ଗୁରୁତ୍ୱାରୋପ କରିଥିଲେ ।


